Ama Desa O Ama Rajya Question And Answer - Rajbooks.in
4th class paribesha chapter 5 ଆମ ଦେଶ ଓ ଆମ ରାଜ୍ୟ ama desa o ama rajya question and answer , 4 class paribesh chapter 5 odia medium question answer ama desha o ama rajya, class 4 samajika bigyan chapter 5 ama desa ama rajya question answer | ama desha o ama rajya question answer class 4 class 4 samajika bigyan, 4th class paribesh chapter 5 odia medium question answer .
ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନବଳୀର ଉତ୍ତର
୧ । ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର |
(କ) ଆମ ଦେଶରେ -------ଟି ରାଜ୍ୟ ଅଛି ।
(ଖ) ଆମ ଦେଶରେ-------ଟି କେନ୍ଦ୍ରଶାସିତ ଅଞ୍ଚଳ ଅଛି ।
ଇ : (କ) ୨୯, (ଖ) ୭
୨ । କୋଠରୀ ମଧ୍ୟରୁ କେବଳ କେନ୍ଦ୍ରଶାସିତ ଅଞ୍ଚଳର ନାମ ବାଛି ପାଖ କୋଠରୀରେ ଲେଖ ।
ଓଡ଼ିଶା, ଦିଲ୍ଲୀ, ହରିଆନା, ଲାକ୍ଷାଦ୍ଵୀପ, ଗୋଆ, ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ, ମେଘାଳୟ, ଡାମନ ଓ ଡିଉ, ମଣିପୁର, ଦାଦ୍ରା ଓ ନଗର ହାବେଳି, ଚଣ୍ଡୀଗଡ଼, କେରଳ, ପୁଦୁଚେରୀ, ଛତିଶଗଡ଼
ଉ : ଦିଲ୍ଲୀ, ଲାକ୍ଷାଦ୍ଵୀପ, ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ, ଡାମନ ଓ ଡିଉ, ଦାଦ୍ରା ଓ ନଗର ହାବେଳି, ଚଣ୍ଡୀଗଡ଼, ପୁଦୁଚେରୀ
୩ । ଉତ୍ତର ଲେଖ ।
(କ) ଆମ ରାଜ୍ୟ ଭାରତର କେଉଁ ଭାଗରେ ଅବସ୍ଥିତ ?
ଉ :: ଆମ ରାଜ୍ୟ ଭାରତର ପୂର୍ବ ଭାଗରେ ଅବସ୍ଥିତ ।
(ଖ) ଆମ ରାଜ୍ୟକୁ ଲାଗି କେଉଁ କେଉଁ ରାଜ୍ୟ ଅଛି ?
ଉ : ଆମ ରାଜ୍ୟକୁ ଲାଗି ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟଗୁଡ଼ିକ ଅଛି ।
(ଗ) ଓଡ଼ିଶା କେତୋଟି ପ୍ରାକୃତିକ ବିଭାଗରେ ବିଭକ୍ତ ଓ ସେଗୁଡ଼ିକର ନାମ କ’ଣ ?
ଓଡ଼ିଶା ୩ଟି ପ୍ରାକୃତିକ ବିଭାଗରେ ବିଭକ୍ତ । ସେଗୁଡ଼ିକ ହେଲା
(୧) ପାର୍ବତ୍ୟ ଅଞ୍ଚଳ
(୨) ମାଳ ଅଞ୍ଚଳ
(୩) ସମତଳ ଅଞ୍ଚଳ ।
(ଘ) ଓଡ଼ିଶାର ଉଚ୍ଚତମ ପର୍ବତ କିଏ ?
ଉ : ଓଡ଼ିଶାର ଉଚ୍ଚତମ ପର୍ବତ ଦେଓମାଳି ।
() ଆମ ରାଜ୍ୟର କେଉଁ କେଉଁ ଜିଲ୍ଲାରେ ବେଶି ଗରମ ଓ ବେଶି ଶୀତ ହୁଏ ?
ଉ : ଆମ ରାଜ୍ୟର ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର ଆଦି ଜିଲ୍ଲାରେ ବେଶି ଗରମ ଓ ବେଶୀ ଶୀତ ହୁଏ ।
(ଚ) ତୁମ ଗାଁ | ସହରର ଜଳବାୟୁ କିପରି ?
ଉ : ପିଲାମାନେ ସେମାନଙ୍କର ଶିକ୍ଷକ/ଶିକ୍ଷୟିତ୍ରୀ, ଗୁରୁଜୀ/ଗୁରୁମା, ବାପା/ମାଆଙ୍କୁ ପଚାରି ନିଜ ନିଜ ଅଞ୍ଚଳର ଜଳବାୟୁ ବିଷୟରେ ଲେଖୁବେ ।
(ଛ) ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକର ନାମ କଣ ?
ଉ : ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକ ହେଲେ – ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ପୁରୀ, ଗଞ୍ଜାମ ।
(ଜ) ଓଡ଼ିଶାର ପଶ୍ଚିମ ଭାଗରେ କେଉଁ କେଉଁ ଜିଲ୍ଲା ଅଛି ?
ଉ : ଓଡ଼ିଶାର ପଶ୍ଚିମ ଭାଗରେ ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର ଆଦି ଜିଲା ଅଛି ।
4. ତଳେ ଲେଖାଯାଇଥିବା ଉକ୍ତିଗୁଡ଼ିକୁ ଉପଯୁକ୍ତ ଘରେ ରଖ ।
ପାର୍ବତ୍ୟ ଅଞ୍ଚଳ
• ଭୂମି ଟାଙ୍ଗରା
ମାଳ ଅଞ୍ଚଳ
ବହୁତ ଗରମ ହୁଏ
ଉଚ୍ଚ ପାହାଡ଼ ଦେଖାଯାଏ
ସମତଳ ଅଞ୍ଚଳ
ଅତ୍ୟଧିକ ଥଣ୍ଡା ବା ଗରମ ହୁଏ ନାହିଁ
♦ ସମୁଦ୍ରର ପ୍ରଭାବ ଅନୁଭୂତ ହୁଏ
♦ କୃଷିକାର୍ଯ୍ୟ ଭଲ ହୁଏ ।
• ଭୂମି ସମତଳ
ଆମ ରାଜ୍ୟ ର ପ୍ରଧାନ ପ୍ରାକୃତିକ ସମ୍ପଦ
ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ବାବଳୀର ଉତ୍ତର
୧ । ତୁମେ କେତେ ପ୍ରକାରର ମାଟି ଦେଖ । ଏହା କେଉଁ କେଉଁ ଅଞ୍ଚଳରେ ଦେଖାଯାଏ । ତୁମ ଅଞ୍ଚଳର ମାଟି କି ପ୍ରକାର ଅଟେ ।
ଉ :(i) ଆମ ରାଜ୍ୟରେ ବିଭିନ୍ନ ପ୍ରକାରର ମାଟି ଦେଖୁବାକୁ ମିଳେ । ସେଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ବାଲିଆ ମାଟି, ବାଦାମୀ ରଙ୍ଗ ମାଟି, କଳା ମାଟି ଓ ଲାଲ ମାଟି ।
(i) ସମୁଦ୍ର କୂଳିଆ ମାଟିରେ ବାଲିର ପରିମାଣ ଅଧିକ ଥାଏ । ଏଥିରେ ଭଲ ଫସଲ ହୁଏ ନାହିଁ । ଏହାକୁ ବାଲିଆ ମାଟି କୁହାଯାଏ ସମତଳ ଅଞ୍ଚଳର ମାଟିରେ ବାଲି ଓ ପଟୁ ମିଶି ରହିଥାଏ । ଏହି ମାଟି ବହୁତ ଉର୍ବର । ଏଥିରେ ବିଭିନ୍ନ ପ୍ରକାର ଫସଲ ଇବ
ହୋଇଥାଏ ।
(iv) ଆଉ କେତେକ ଅଞ୍ଚଳରେ ବାଦାମୀ ରଙ୍ଗର ମାଟି ଓ କଳାମାଟି ଦେଖାଯାଏ । କଳାମାଟି ଉର୍ବର ଓ ଚାଷ ଉପଯୋଗୀ । (v) ବାଦାମୀ ରଙ୍ଗର ମାଟି ଉର୍ବର ନୁହେଁ, ତେଣୁ ଚାଷ ଉପଯୋଗୀ ନୁହେଁ । ଲାଲ ମାଟିରେ ମଧ୍ୟ ଭଲ ଚାଷ ହୁଏ ନାହିଁ । ମୋର ଘର ସମତଳ ଅଞ୍ଚଳରେ ଅବସ୍ଥିତ । ଏହାର ମାଟି ବହୁତ ଉର୍ବର । ଏଥିରେ ବିଭିନ୍ନ ପ୍ରକାର ଫସଲ ଭଲ ହୋଇଥାଏ । (ପିଲାମାନେ ନିଜ ଗୁରୁଜନଙ୍କୁ ପଚାରି ନିଜ ଅଞ୍ଚଳର ମାଟି ବିଷୟରେ ଲେଖୁ ଅଭ୍ୟାସ କରିବେ)
୨ । ଜଳ ଓ ଖଣିଜ ସମ୍ପଦକୁ ଜଗି ରଖି ବ୍ୟବହାର ନ କଲେ କ’ଣ ହେବ ?
ଉ : (i) ଜଳ ହେଉଛି ଆମର ଅମୂଲ୍ୟ ସମ୍ପଦ । ଜଳ ବିନା ଜୀବଜଗତ ବଞ୍ଚିପାରିବ ନାହିଁ । ଜଳକୁ ଆମେ ବିଭିନ୍ନ କାର୍ଯ୍ୟରେ ଲଗାଇଥାଉ । ଏହିସବୁ କାରଣରୁ ଆମେ ଜଳକୁ ଜଗିରଖୁ ବ୍ୟବହାର ନ କଲେ ଭବିଷ୍ୟତରେ ଜଳର ଘୋର ଅଭାବ ଦେଖାଯିବ, ଫଳରେ ସମଗ୍ର ଜୀବଜଗତ ଅସୁବିଧାରେ ପଡ଼ିବ ।
(ii) ଖଣିଜ ପଦାର୍ଥ ଏକ ସୀମିତ ସମ୍ପଦ । ଏହା ଦୈନନ୍ଦିନ ଜୀବନରେ ବ୍ୟବହାରରେ ଲାଗିଥାଏ । ଏଣୁ ଏହାକୁ ଜଗିରଖୁ ଆବଶ୍ୟକ ଅନୁଯାୟୀ ଖଣିରୁ କାଢ଼ିବା ଉଚିତ୍, ନ ହେଲେ ଦିନ ଆସିବ ଯେତେବେଳେ ଆମ ରାଜ୍ୟ ଖଣିଜ ସମ୍ପଦ ଶୂନ୍ୟ ହୋଇଯିବ ।
୩ । ଆମ ରାଜ୍ୟର ପାର୍ବତ୍ୟ ଓ ମାଳ ଅଞ୍ଚଳରେ କେଉଁ କେଉଁ ଗଛ ଥାଏ ଓ ତାକୁ ଆମେ କିପରି ବ୍ୟବହାର କରିଥାଉ ତଳ କୋଠରୀରେ ଲେଖ ।
ଉ : ପାର୍ବତ୍ୟ ଓ ମାଳ ଅଞ୍ଚଳରେ
ଶାଳଗଛ
ଶାଳ ଗଛକୁ ଘର ତିଆରି କରିବା ପାଇଁ ବ୍ୟବହାର କରିଥାଉ ।
ଶାଳ ମଞ୍ଜିରୁ ତେଲ ବାହାର କରି ବ୍ୟବହାର କରୁ ।
ଶାଗୁଆନ
ଶାଗୁଆନ୍ କାଠରେ ସୌଖୀନ ଆସବାସ ପତ୍ର ; ଯଥା: ଖଟ, ଆଲମାରୀ, ସୋଫା, ଡାଇନିଂ ଟେବୁଲ ଆଦି ତିଆରି ହୋଇଥାଏ । କେହି କେହି ମଧ୍ୟ ସେଥୁରୁ ମୂର୍ତ୍ତି ଓ ଅନ୍ୟାନ୍ୟ ଘର କରଣା ଜିନିଷ ତିଆରି କରୁଛନ୍ତି ।
ବେତ
ବେତରୁ ଚେୟାର, ସୋଫା, ଦୋଳି ଓ ସୌଖୀନ ଆସବାବ ପତ୍ର ତିଆରି ହୁଏ ।
ଗମ୍ଭାରୀ ଗଛ
ଏହି କାଠରେ ସୌଖୀନ ଆସବାସପତ୍ର ତିଆରି ହୁଏ ।
ପିଆଶାଳ ଗଛ
ପିଆଶାଳ କାଠରେ ଘରର କବାଟ, ଝରକା, ଆଲମାରି, ଖଟ, ପଲଙ୍କ, ଡ୍ରେସିଂ ଟେବୁଲ, ଡାଇନିଂ ଟେବୁଲ ଆଦି ତିଆରି ହୋଇଥାଏ । ଏହା ବ୍ୟତୀତ ବିଭିନ୍ନ ଦରକାରୀ ଜିନିଷ ଓ ମୂର୍ତ୍ତି ମଧ୍ୟ ତିଆରି ହୋଇଥାଏ ।
ବାଉଁଶ ଗଛ
ଏଥି ରେ ଘର ତିଆରି, ଟୋକେଇ, କୁଲା, ପାଛିଆ ଆଦି ତିଆରି ହୁଏ । ବାଉଁଶରୁ ଭଲ କାଗଜ ତିଆରି ହୁଏ ।
4. ଜଙ୍ଗଲଜାତ ଦ୍ରବ୍ୟରୁ କ’ଣ ଉ : ଜଙ୍ଗଲ ଜାତ ଦ୍ରବ୍ୟ
କାଠ
ଘର ଓ ଘର ତିଆରି ଉପକରଣ, ଆସବାବପତ୍ର, ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରି ହୁଏ ।
ଜାଳେଣୀ ଭାବେ ମଧ୍ୟ ବ୍ୟବହାର କରାଯାଏ ।
ବାଉଁଶ
ଘର ତିଆରି, କୁଲା, ବାଉଁଶିଆ, ଟୋକେଇ, ପାଛିଆ ଓ ଅନ୍ୟାନ୍ୟ ସାଜସଜ୍ଜା ଉପକରଣ ସହ ବାଉଁଶକୁ ଜାଳ ରୂପେ ମଧ୍ୟ ବ୍ୟବହାର କରିଥାଉ ।
ସବାଇ ଘାସ
ଦଉଡ଼ି, କାଗଜ ଓ ଆସବାବପତ୍ର ତିଆରି ହୁଏ ।
କେନ୍ଦୁପତ୍ର
ବିଡ଼ି ତିଆରି ହୁଏ ।
ପାଳୁଅ
ଏଥରୁ ଖୁରି ତିଆରି ହୁଏ ।
ଲାଖ
ମୂର୍ତ୍ତି ତିଆରି କରିବା, ସିଲ୍ କରିବା, ଅଳଙ୍କାର ତିଆରି କରିବାରେ ବ୍ୟବହୃତ ହୁଏ ।
ମହୁଲଫୁଲ
ମଦ ତିଆରି ହୁଏ, ଔଷଧ ରୂପେ ବ୍ୟବହାର କରାଯାଏ ।
୫ । ତୁମ ରାଜ୍ୟର ପଶୁ ସମ୍ପଦର ଗୋଟିଏ ତାଲିକା କର ।
ଭ: ଜଙ୍ଗଲରେ ରହୁଥିବା :- ବାଘ, ସିଂହ, ଭାଲୁ, ହାତୀ, ହରିଣ, ସମ୍ବର, ବାର୍ହା, ଗୟଳ, ହେଟାବାଘ, ଚିତାବାଘ ।
ଜଳରେ ରହୁଥିବା :- କୁମ୍ଭୀର, ଡଲଫିନ୍, ତିମି, କଇଁଛ, କଙ୍କଡ଼ା, ମାଛ
ଘରେ ରହୁଥିବା :- ଗାଈ, ଛେଳି, ମେଣ୍ଢା, ମଇଁଷି, ଗଧ, କୁକୁର ଆଦି
୬ । କେଉଁ ଜିଲ୍ଲାରେ ଦେଖିବାକୁ ପାଇବା ?
ଜିଲ୍ଲାର ନାମ (ପଚାରି ଲେଖ)
ଶିମିଳିପାଳ ଜୈବମଣ୍ଡଳ :- ମୟୂରଭଞ୍ଜ
ଚନ୍ଦକା ଅଭୟାରଣ୍ୟ :- ଖୋର୍ଦ୍ଧା
ଭିତରକନିକା ସଂରକ୍ଷଣ କେନ୍ଦ୍ର :- କେନ୍ଦ୍ରାପଡ଼ା
ଟିକରପଡ଼ା ସଂରକ୍ଷଣ କେନ୍ଦ୍ର = ଅନୁଗୁଳ
ଗହୀରମଥା ଅଭୟାରଣ୍ୟ = କେନ୍ଦ୍ରାପଡ଼ା
ସାତପଡ଼ା ସଂରକ୍ଷଣ କେନ୍ଦ୍ର :- ପୁରୀ
୭ । ଜଙ୍ଗଲ ଦ୍ବାରା ଆମ ରାଜ୍ୟର କ’ଣ ଉନ୍ନତି ହେଉଛି ଲେଖ ।
(୧) ଜଙ୍ଗଲରୁ ଆମେ ଆମର ନିତିଦିନିଆ ଦରକାରୀ ଜିନିଷ; ଯଥା – ଫଳ, ମୂଳ, କାଠ, ବାଉଁଶ, ସବାଇ ଘାସ, ମହୁ, ଝୁଣା, ମହୁଲ, ଲାଖ, ଶିଙ୍ଗ ଆଦି ପାଉଛୁ ।
(୨) ଜଙ୍ଗଲ ଯୋଗୁ ବାୟୁମଣ୍ଡଳରେ ଅମ୍ଳଜାନ ପରିମାଣ ବୃଦ୍ଧି ହେବା ସହ ଉପଯୁକ୍ତ ପରିମାଣରେ ବର୍ଷା ହୋଇଥାଏ ଏବଂ ପରିବେଶ ପ୍ରଦୂଷଣ ଓ ମୃଭିକା କ୍ଷୟ ନିୟନ୍ତ୍ରଣ ହୁଏ ।
,(୩) କେନ୍ଦୁପତ୍ରରୁ ବିଡ଼ି, ଶାଳପତ୍ରରୁ ଠୋଲା, ଦନା, ଥାଳି, ସବାଇଘାସରୁ ଦଉଡ଼ି ଓ କାଗଜ, ଟୋଲ, ପୋଲାଙ୍ଗ ଓ ଶାଳ ମଞ୍ଜିରୁ ତେଲ ବାହାର କରାଯାଇ ବିକ୍ରି କରାଯାଏ । ଏହାଦ୍ଵାରା ଆମର ତଥା ଆମ ରାଜ୍ୟର ଉନ୍ନତି ହୁଏ ।
(୪) ଜଙ୍ଗଲଜାତ ଦ୍ରବ୍ୟରୁ ଅନେକ ପ୍ରକାରର ସୌଖୀନ ତଥା ଦରକାରୀ ଜିନିଷ ତିଆରି କରି ବିକ୍ରି କରାଯାଏ ।
୮ . ଆମେ ଆମ ରାଜ୍ୟର ପଶୁ ସମ୍ପଦର ସୁରକ୍ଷା କରିବା କାହିଁକି ?
ଉ : ଆମେ ପଶୁମାନଙ୍କଠାରୁ ବହୁତ ଉପକାର ପାଇଥାଉ । ଗାଈ ଓ ମଇଁଷିଠାରୁ କ୍ଷୀର ପାଇଥାଉ । ବଳଦ ଓ ମଇଁଷିକୁ ଆମେ ହଳ କାମରେ ଲଗାଇଥାଉ । ଛେଳି, ମେଣ୍ଢାଙ୍କଠାରୁ କ୍ଷୀର ଓ ମାଂସ ପାଇଥାଉ । କୁକୁର ଘର ଜଗେ । ଆଉ କେତେକ ପଶୁ ଆମର ମନୋରଞ୍ଜନ କରନ୍ତି । ପଶୁମାନେ ପ୍ରତ୍ୟକ୍ଷରେ ଓ ପରୋକ୍ଷରେ ଆମର ଅନେକ ଉପକାର କରିଥାନ୍ତି । ତେଣୁ ଆମେ ଆମର ରାଜ୍ୟର ପଶୁ ସମ୍ପଦର ସୁରକ୍ଷା କରିବା ଆବଶ୍ୟକ ।
୯ । ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।
(କ) କେଉଁ ଜିଲ୍ଲାରେ ଲୁହାପଥର ମିଳେ ?
ଉ : କେଉଁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଯାଜପୁର
(ଖ) ଆମ ରାଜ୍ୟରେ କେଉଁ କେଉଁ ଖଣିଜ ପଦାର୍ଥ ମିଳେ ?
ଉ : ଲୁହାପଥର, ବକ୍ସାଇଟ୍, ଚୂନପଥର, ଗ୍ରାଫାଇଟ୍, ମାଙ୍ଗାନିଜ୍ ପଥର, କୋଇଲା, କ୍ରୋମାଇଟ୍ । ୧୦ । ବନ୍ଧନୀ ମଧ୍ଯରୁ ଠିକ୍ ଉତ୍ତର ବାଛି ଲେଖ ?
(୧୦ କ) କେଉଁଟି ଆମ ରାଜ୍ୟରେ ମିଳେନାହିଁ ?
(ଲୁହା, ତମ୍ବା, ବକ୍ସାଇଟ୍, ଅଭ୍ର)
ଉ : ତମ୍ବା
(ଖ) କେଉଁଟି ଖଣିଜ ସମ୍ପଦ ନୁହେଁ ?
(କୋଇଲା, ଲୁହାପଥର, ଚୂନପଥର, ବିଦ୍ୟୁତ୍ଶକ୍ତି)
ଉ : ବିଦ୍ୟୁକ୍ତି
ଆମ ରାଜ୍ୟର ଅଧିବାସୀମାନଙ୍କର ପ୍ରଧାନ ବୃତି, କୃଷିଜାତ , ଦ୍ରବ୍ୟ ଓ ଶିଳ୍ପ :
ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନବଳୀର ଉତ୍ତର
୧। ଦୁଇଟି ତୈଳବୀଜର ନାମ ଲେଖ ।
ଉ : ରାଶି, ଜଡ଼ା
୨ । ଦୁଇଟି ଡାଲି ଜାତୀୟ ଫସଲର ନାମ ଲେଖ ।
ଉ : ହରଡ଼, ମୁଗ
୩ । ଝୋଟ କି ପ୍ରକାର ଫସଲ ?
ଉ : ଅର୍ଥକରୀ ଫସଲ
୪। ୪ଟି ଅର୍ଥକରୀ ଫସଲର ନାମ ଲେଖ ।
ଢ : ଧାନ, ଗହମ, ଝୋଟ, ଆଖୁ
୫ । ଆମ ରାଜ୍ୟରେ ଅନେକ ପ୍ରକାର ଫସଲ ଅଧିକ ଅମଳ ହେଲେ ତାହା ଆମର ଓ ଆମ ରାଜ୍ୟର ଉନ୍ନତିରେ କିପରି ସାହାଯ୍ୟ କରିବା ?
ଉ : ଆମ ରାଜ୍ୟରେ ଅନେକ ପ୍ରକାର ଫସଲ ଅଧିକ ଅମଳ ହେଲେ ତାହା ଆମର ତଥା ଆମ ରାଜ୍ୟର ଖାଦ୍ୟାଭାବ ଦୂର କରିବ । ବଳକା ଖାଦ୍ୟଶସ୍ୟକୁ ବିକ୍ରି କରି ଆମେ ଆମର ଆର୍ଥିକ ସ୍ଥିତିକୁ ସୁଧାରି ପାରିବା ।
୬ । ତଳେ ଦିଆଯାଇଥିବା ଖାଲି ଘର ପୂରଣ କର ।
ଉ :
ରାଉରକେଲା : - ଇସ୍ପାତ କାରଖାନା
ବରଗଡ଼ :- ସିମେଣ୍ଟ କାରଖାନା
ପାରାଦ୍ବୀପ :- ସାର କାରଖାନା
ଅନୁଗୁଳ :- ଆଲୁମିନିୟମ୍
ରାଜଗାଙ୍ଗପୁର :- ସିମେଣ୍ଟ କାରଖାନା
ସୁନାବେଡା :- ମିଗ୍ ବିମାନ କାରଖାନା
ଜୟପୁର, ବାଲେଶ୍ବର, ରାୟଗଡ଼ା :- କାଗଜ କଳ
ଢେଙ୍କାନାଳ, ନୟାଗଡ଼ :- ଚିନି କଳ
୭ । ଆମ ରାଜ୍ୟର ବିଭିନ୍ନ କଳକାରଖାନା ତଳ କୋଠରୀରେ ଲେଖ । (ଉଦାହରଣ ଦେଖ୍) (ପ୍ରଶ୍ନ ସହ ଉତ୍ତର)
୧.
ସାର କାରଖାନା :- ପାରାଦ୍ବୀପ - ଜଗତସିଂହପୁର
ଲୌହ – ଇସ୍ପାତ କାରଖାନା --ମଙ୍ଗୁଳି--କଟକ
ଚାର୍ଜକ୍ରୋମ କାରଖାନା :- ଚୌଦ୍ବାର--କଟକ
ଗୋଳାବାରୁଦ କାରଖାନା:- ସଇଁତଳା--ବଲାଙ୍ଗୀର
ମିଗ୍ ବିମାନ ତିଆରି କାରଖାନା:- ସୁନାବେଡ଼ା---କୋରାପୁଟ
୮ । ବାକ୍ସରେ ଥିବା ଖାଲିସ୍ଥାନ ପୂରଣ କର । (ପ୍ରଶ୍ନ ସହ ଉତ୍ତର)
ତାର । ହସ୍ତଶିଳ୍ପର ନାମ
ଚାନ୍ଦୁଆ :- ପୁରୀ ଜିଲାର ପିପିଲି
ପଥର ବାସନ :- ବାଲେଶ୍ଵର ଜିଲାର ନୀଳଗିରି
ତାରକସି କାମ:- କଟକ ଜିଲାର କଟକ ସହର
କଂସାବାସନ :- କଟକ ଜିଲାର ଭଟିମୁଣ୍ଡା, ଢେଙ୍କାନାଳ ଜିଲ୍ଲାର ଭୂବନ, ଖୋର୍ଦ୍ଧା ଜିଲାର ବାଳକାଟି
୯. ଆମ ରାଜ୍ୟରେ ଅନେକ ଲୌହଶିଳ୍ପ କାହିଁକି ଗଢ଼ିଉଠିଛି ?
ଉ : ଆମ ରାଜ୍ୟରେ ଲୌହଶିଳ୍ପର କଞ୍ଚାମାଲ ଭାବେ ବହୁ ପରିମାଣର ଲୁହାପଥର ମାଟି ତଳେ ରହିଛି । ଏହିସବୁ କଞ୍ଚାମାଲକୁ ଖଣିରୁ ବାହାର କରି ଆମେ ବ୍ୟବହାର କରୁଥିବାରୁ ଆମ ରାଜ୍ୟରେ ଅନେକ ଲୌହ ଶିଳ୍ପ ଗଢ଼ି ଉଠିଛି ।
୧୦. ଆମ ରାଜ୍ୟରେ ଅଧିକ ଶିଳ୍ପ ପ୍ରତିଷ୍ଠା ହେଲେ ତାହା ଆମକୁ କିପରି ସାହାଯ୍ୟ କରିବ ?
ଉ : ଆମ ରାଜ୍ୟରେ ଅଧୁକ ଶିଳ୍ପ ପ୍ରତିଷ୍ଠା ହେଲେ ଆମ ରାଜ୍ୟର ଅର୍ଥନୈତିକ ବିକାଶ ହେବ । ବହୁଲୋକ ଏହି ଶିଳ୍ପଗୁଡ଼ିକରେ ନିଯୁକ୍ତି ପାଇଲେ ବେକାରୀ ସମସ୍ୟା ଦୂର ହୋଇପାରିବ । ଏହି ଶିଳ୍ପରୁ ପାଉଥବା ସାମଗ୍ରୀଗୁଡ଼ିକୁ ରପ୍ତାନି କରି ମଧ୍ୟ ଆମେ ଆମ ଦେଶକୁ ସମୃଦ୍ଧ କରିପାରିବୁ । ଫଳରେ ଆମ ଦେଶ ସବୁ କ୍ଷେତ୍ରରେ ଉନ୍ନତି କରିପାରିବ ।
ଆମ ରାଜ୍ୟ ର କେତେକ ସ୍ୱତନ୍ତ୍ର ସଂପ୍ରଦାୟର ଅଧିବାସୀ :
ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନବଳୀର ଉତ୍ତର
1. କୋଠରୀରେ କେତେକ ଆଦିବାସୀମାନଙ୍କ ନାମ ଦିଆଯାଇଅଛି । ସେମାନେ କେଉଁ କେଉଁ ଜିଲ୍ଲାରେ ଅଧିକ ସଂଖ୍ୟାରେ ବାସ କରନ୍ତି ଲେଖ ।
ଆଦିବାସୀଙ୍କ ନାମ :- ବାସ କରୁଥିବା ଜିଲ୍ଲାର ନାମ
କନ୍ଧ:- କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା
କୋହ୍ଲ :- ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର
ସାନ୍ତାଳ :- ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର
ସଉରା:- ରାୟଗଡ଼ା, ଗଜପତି
୨ । ତୁମେ ଜାଣିଥୁବା ଆଦିବାସୀମାନଙ୍କର ଜୀବନଯାପନ ପ୍ରଣାଳୀ ତଳ ସୂଚନା ଅନୁଯାୟୀ ନିଜ ଖାତାରେ ଲେଖ ।
ଉ : କନ୍ଧ : ପୋଷାକ : ପୁରୁଷ ଲୋକମାନେ ଧୋତି ଓ ଗାମୁଛା, ସ୍ତ୍ରୀଲୋକମାନେ ଶାଢ଼ି ପିନ୍ଧିବା ସହ କାନରେ ନୋଳି,– ହାତରେ ବିଭିନ୍ନ ପ୍ରକାର କାଠିର ଚୁଡ଼ି ଓ ମାଳି ପିନ୍ଧନ୍ତି ।
ଜୀବିକା : ଧାନ, ମକା, ମାଣ୍ଡିଆ ଚାଷ କରନ୍ତି । ଫଳମୂଳ ସଂଗ୍ରହ କରି ଓ ଶିକାର କରି ପେଟ ପୋଷନ୍ତି । କାଠକାଟି ଜୀବନ ଯାପନ କରନ୍ତି ।
ଖାଦ୍ୟ : ଭାତ, ମାଂସ, ଫଳମୂଳ ଓ ପନିପରିବା ଖାଇଥାଆନ୍ତି । ଭାତ ଓ ମହୁଲରୁ ତିଆରି ହାଣ୍ଡିଆ ଓ ତଥାଏ, କିସ ନ ମହୁଲି ମଦ ପିଇଥାନ୍ତି ।
ପର୍ବପର୍ବାଣି : ବିଭିନ୍ନ ପର୍ବପର୍ବାଣିରେ ସ୍ତ୍ରୀ ଓ ପୁରୁଷ ହାତ ଧରାଧରି ହୋଇ ନାଚନ୍ତି ଓ ବାଜା ବଜାନ୍ତି ।
ସଉରା : ପୋଷାକ : ସ୍ତ୍ରୀଲୋକମାନେ ଆଣ୍ଠୁ ପର୍ଯ୍ୟନ୍ତ ଲୁଗା ପିନ୍ଧନ୍ତି ଓ ପୁରୁଷମାନେ ଲୁଗାକୁ କୌପୁନି ମାରନ୍ତି ।
ଜୀବିକା : ଧାନ, ହଳଦୀ, ଅଦା ଓ ଡାଲି ଜାତୀୟ ଫସଲ ଚାଷ କରନ୍ତି । ବାଉଁଶ ପାତିଆରେ ଟୋକେଇ ଓ ଡାଲା ତିଆରି କରନ୍ତି
ଖାଦ୍ୟ : ଭାତ, ଡାଲି, ମାଂସ, ଫଳ ଓ ପନିପରିବା ଇତ୍ୟାଦି ଖାଇଥାଆନ୍ତି ।
ପର୍ବପର୍ବାଣି : ପର୍ବପର୍ବାଣିରେ ନାଚଗୀତ କରିଥାଆନ୍ତି ।
ସାନ୍ତାଳ : ପୋଷାକ : ପୁରୁଷମାନେ ଧୋତି, ସ୍ତ୍ରୀଲୋକମାନେ ଶାଢ଼ି ପିନ୍ଧନ୍ତି, ସ୍ତ୍ରୀଲୋକମାନେ କମ୍ ଗହଣା ପିନ୍ଧନ୍ତି । ସ୍ତ୍ରୀ ଓ ପୁରୁଷ ଉଭୟେ ଫୁଲ ଓ ପକ୍ଷୀର ପର ମୁଣ୍ଡରେ ଖୋଷିବାକୁ ଭଲ ପାଆନ୍ତି ।
ଜୀବିକା : ଧାନ, ମକା, ବାଜରା ଚାଷ ଉଭୟେ ସ୍ତ୍ରୀ ଓ ପୁରୁଷ ମିଶିକରି କରିଥାଆନ୍ତି । ଶିକାର କରି, ମାଛ ଧରି ଜୀବିକା ନିର୍ବାହ କରନ୍ତି ।
ଖାଦ୍ୟ : ଭାତ, ଡାଲି, ମାଛ, ମାଂସ, ପନିପରିବା ଓ ଫଳମୂଳ ଖାଇବାକୁ ଭଲ ପାଆନ୍ତି ।
ପର୍ବପର୍ବାଣି ; ସ୍ତ୍ରୀ ଓ ପୁରୁଷ ଉଭୟେ ପର୍ବପର୍ବାଣିରେ ନାଚିବାକୁ ଭଲ ପାଆନ୍ତି । ଦେବଦେବୀଙ୍କୁ ପୂଜା କରନ୍ତି ।
୩. ତୁମେ କନ୍ଧମାଳ ଜିଲ୍ଲାକୁ ବୁଲିଗଲେ କେଉଁ ଆଦିବାସୀମାନଙ୍କୁ ଦେଖିବାକୁ ପାଇବ ?
ଉ : ଆମେ କନ୍ଧମାଳ ଜିଲ୍ଲାକୁ ବୁଲିବାକୁ ଗଲେ କନ୍ଧ ସମ୍ପ୍ରଦାୟ ଆଦିବାସୀମାନଙ୍କୁ ଦେଖିବାକୁ ପାଇବୁ ।
୪ . ତୁମ ସାଙ୍ଗ ଯଦି ସୁନ୍ଦରଗଡ଼, କୋରାପୁଟ ଓ ଗଜପତି ଜିଲ୍ଲାକୁ ବୁଲିଯିବ ତେବେ କେଉଁ କେଉଁ ସମ୍ପ୍ରଦାୟର ଅଧିବାସୀଙ୍କୁ ଦେଖିପାରିବ ?
ତୁମ ସାଙ୍ଗ ଯଦି ସୁନ୍ଦରଗଡ଼, କୋରାପୁଟ ଓ ଗଜପତି ଜିଲ୍ଲାକୁ ବୁଲିଯିବ ତେବେ ସେ ସାନ୍ତାଳ, କନ୍ଧ, ସଉରା ସମ୍ପ୍ରଦାୟର ଅଧିବାସୀମାନଙ୍କୁ ଦେଖିପାରିବ ।
୫ । ଆମେ ସମସ୍ତେ କାହିଁକି ଆଦିବାସୀଙ୍କର ଉନ୍ନତି ପାଇଁ ଚେଷ୍ଟା କରିବା ?
ଉ : ଆମ ରାଜ୍ୟର ମାଳ ଓ ପାର୍ବତ୍ୟ ଅଞ୍ଚଳରେ ଆଦିମ ଅଧିବାସୀମାନେ ବାସ କରନ୍ତି । ବହୁ ପ୍ରାଚୀନ କାଳରୁ ସେମାନେ ବସବାସ କରିଆସୁଥିଲେ ମଧ୍ୟ ଏବେ ସେମାନେ ଅନୁନ୍ନତ ଅବସ୍ଥାରେ ଅଛନ୍ତି । ସେମାନଙ୍କ ମଧ୍ୟରେ ଅନ୍ଧବିଶ୍ଵାସ ଓ କୁସଂସ୍କାର ଭରି ରହିଛି । ସେମାନଙ୍କ ମଧ୍ୟରୁ କୁସଂସ୍କାର ଓ ଅନ୍ଧବିଶ୍ଵାସ ଦୂର କରି ପାରିଲେ ସେମାନେ ମୁଖ୍ୟ ସ୍ରୋତରେ ମିଶିପାରିବେ । ସେମାନଙ୍କର ଉନ୍ନତି ହେଲେ ଆମ ରାଜ୍ୟର ଉନ୍ନତି ହେବା ସହ ଆମ ଦେଶର ମଧ୍ୟ ଉନ୍ନତି ହେବ .
୬ । ଏମାନେ କି କି ପ୍ରକାରର ଋଷବାସ କରିଥାନ୍ତି ।
ଉ : କନ୍ଧ: ଧାନ, ମାଣ୍ଡି ଆ ଓ ମକା ଚାଷ କରିଥାଆନ୍ତି ।
ସାନ୍ତାଳ : ଧାନ, ବାଜରା ଓ ମକା ପ୍ରଭୃତି ଚାଷ କରିଥାଆନ୍ତି ।
କୋହ୍ଲ : ଧାନ, ହଳଦୀ, ଅଦା ଆଦି ଚାଷ କରନ୍ତି | ସଉରା : ଧାନ, ହଳଦୀ, ଅଦା ଓ ଡାଲି ଜାତୀୟ ଫସଲ ଏମାନେ ଚାଷ କରନ୍ତି
Post a Comment
0 Comments
All Educational E Books Coming Soon...Follow Our Page