Class 4 Biparjaya O Surakhya Questions Answer - Rajbooks.in
Rajbooks.in Class 4 ଆମେ ଓ ଆମ ପରିବେଶ Chapter 2 Biparjaya O Surakhya Questions Answer, ବିପର୍ଯ୍ୟୟ ଓ ସୁରକ୍ଷା ପ୍ରଶ୍ନ ଉତ୍ତର , Odia Medium Class 4 Samajika Bigyana, ବିପର୍ଯ୍ୟୟ ଓ ସୁରକ୍ଷା | Biparjaya o surakshya | ଚତୁର୍ଥ ଶ୍ରେଣୀ, ଆମେ ଓ ଆମ ପରିବେଶ ଉଭୟ ପାଠ ଓ ପ୍ରଶ୍ନୋତ୍ତର .
ବିପର୍ଯ୍ୟୟ ଓ ସୁରକ୍ଷା
1 .
ପ୍ରାକୃତିକ ବିପର୍ଯ୍ୟୟ
ବଜ୍ରପାତ
ବିପର୍ଯ୍ୟୟର କାରଣ
ବାୟୁମଣ୍ଡଳର ଉପର ଓ ତଳ ଜଳକଣାବାହୀ
ଏବଂ ବାୟୁର ଘର୍ଷଣ ଫଳରେ ଏହା ସୃଷ୍ଟି ହୋଇଥାଏ ।
କି କି ସୁରକ୍ଷା | ସାବଧାନତା ର ଅବଲମ୍ବନ କରାଯାଇପାରିବ
1.ଘର ଭିତରେ ଥିବାବେଳେ ଝରକା, କବାଟ ବନ୍ଦ କରିବା ।
2. ଘରେ ବ୍ୟବହାର କରୁଥିବା ବିଦ୍ୟୁତ୍ ସାମଗ୍ରୀଗୁଡ଼ିକୁ ବନ୍ଦ କରିବା
3. ରାସ୍ତାରେ ଯିବାବେଳେ କୌଣସି ଗଛ ତଳେ ଆଶ୍ରୟ ନ ନେଇ ତୁରନ୍ତ ପାଖରେ ଥିବା ପକ୍କା ଘରକୁ ଚାଲିଯିବା ଉଚିତ ।
4. ସାଇକେଲ ନ ଚଳାଇ ନିରାପଦ ସ୍ଥାନକୁ ଚାଲିଯିବା ଉଚିତ ।
ପ୍ରାକୃତିକ ବିପର୍ଯ୍ୟୟ
2. ଅଂଶୁଘାତ
ବିପର୍ଯ୍ୟୟର କାରଣ
ଅତ୍ୟଧିକ ଗ୍ରୀଷ୍ମପ୍ରବାହ ଯୋଗୁଁ ଦେହରେ ଜଳୀୟବାଷ୍ପର ପରିମାଣ କମିଯାଏ, ଯାହା ଫଳରେ ମନୁଷ୍ୟକୁ ଦୁର୍ବଳ ଓ ମୂର୍ଚ୍ଛା ଗଲାପରି ଲାଗେ, ଏହାକୁ ଅଂଶୁଘାତ କୁହାଯାଏ ।
କି କି ସୁରକ୍ଷା | ସାବଧାନତା ର ଅବଲମ୍ବନ କରାଯାଇପାରିବ
♦ ଘରୁ ବାହାରିବା ପୂର୍ବରୁ ପ୍ରଚୁର ପାଣି ପିଇ ଓ ଜୋତା ପିନ୍ଧି ବାହାରିବା ଉଚିତ ।
• ଘରୁ ବାହାରିବା ସମୟରେ ଛତା, କଳାଚଷମା, ଓଦା ଗାମୁଛା ଓ ଟୋପି ସହ ପାଣି ମଧ୍ୟ ନେବା ଉଚିତ୍ ।
ଟାଣ ଘରା ସମୟରେ ଘରୁ ବାହାରିବା ଅନୁଚିତ୍ ।
ପ୍ରାକୃତିକ ବିପର୍ଯ୍ୟୟ
3. ବନ୍ଯା
ବିପର୍ଯ୍ୟୟର କାରଣ
ବର୍ଷାଋତୁରେ ଅତ୍ୟଧିକ ବର୍ଷାଯୋଗୁଁ ନଦୀ ଉଛୁଳି ଏହାର ଜଳ ବିଲ, ବାଡ଼ି ଓ ଘର ଆଡକୁ ମାଡ଼ିଯାଇ ଧନ ଜୀବନର କ୍ଷୟଘତି ଘଟାଇଥାଏ । ଏହାକୁ ବନ୍ୟା କୁହାଯାଏ ।
କି କି ସୁରକ୍ଷା | ସାବଧାନତା ର ଅବଲମ୍ବନ କରାଯାଇପାରିବ
♦ ନିଜ ପରିବାର ସହିତ ମୂଲ୍ୟବାନ ଜିନିଷ ପତ୍ର ନେଇ ନିରାପଦ ସ୍ଥାନକୁ ଯବା ଚାଲିଯିବା ଉଚିତ ।
• ବନ୍ୟା ଜଳରେ ପିଲାମାନେ ଖେଳିବା ଅନୁଚିତ ।
• ଯଥେଷ୍ଟ ପରିମାଣର ଖାଦ୍ୟ ପଦାର୍ଥ ସଂଗ୍ରହ କରି ସୁରକ୍ଷିତ ସ୍ଥାନରେ ରଖିବା ଉଚିତ ।
• ରେଡ଼ିଓ, ଟି.ଭି. ଓ ଖବରକାଗଜ ଇତ୍ୟାଦି ଗଣମାଧ୍ୟମରେ ପ୍ରଚାର ଓ ପ୍ରସାର ହୋଇଥିବା ବନ୍ୟା ସମ୍ପର୍କିତ ସୂଚନା ପ୍ରତି ସର୍ବଦା ସଚେତନ ରହିବା ଉଚିତ ।
୨ । ଚିତ୍ରଟିକୁ ଦେଖୁ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ |
(କ) ଏହି ଚିତ୍ରଟି କେଉଁ ବିପର୍ଯ୍ୟୟକୁ ସୂଚାଉଅଛି ?
ଉ : (କ) ଏହି ଚିତ୍ରଟି ବଜ୍ରପାତ ବିପର୍ଯ୍ୟୟକୁ ସୂଚାଉଅଛି ।
(ଖ) ଏହି ବିପର୍ଯ୍ୟୟ ଫଳରେ ତୁମର କି କି ଅସୁବିଧା ହୋଇଥାଏ ?
ଉ : (ଖ) (i) ଏହାଦ୍ବାରା ବହୁଲୋକ ମୃତ୍ୟୁବରଣ କରିଥାନ୍ତି ।
(ii) ଘରର ବୈଦ୍ୟୁତିକ ଉପକରଣ ନଷ୍ଟ ହୋଇଥାଏ ।
(iii) ସ୍ଥାନେ ସ୍ଥାନେ ଉଚ୍ଚ ଗଛଗୁଡ଼ିକ ପୋଡ଼ିଯିବାର ମଧ୍ୟ ଦେଖାଯାଏ ।
Post a Comment
0 Comments
All Educational E Books Coming Soon...Follow Our Page