Sthaniya Swayata Sasana Sanstha Question Answer - Rajbooks.in
Rajbooks.in Odia Medium Class 4 Samajika Bigyana Chapter 3 Sthaniya Swayata Sasana Sanstha (ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା) Sthaniya swayatta sasana , Class 4 political science ch 3 sthaniya swayatta sasona , class 4 paribes ch.3 sthaniya swayatta sasana sanstha question answer odia medium , Class 4 ame o amo paribeso 4 Classparibesha chapter 3 question answer odia medium Class 4, sthaniya swayata sasana sanstha . Class 4 Chapter 3 Sthaniya Swayata Sasana Sanstha Questions answers ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା .
୮ | ଗାର ଦିଆଯାଇଥିବା ଅଂଶକୁ ନ ବଦଳାଇ ଭୁଲ୍ ଥିଲେ ଠିକ୍ କର ।
(କ) ସରପଞ୍ଚ ପଞ୍ଚାୟତସମିତିର ମୁଖ୍ୟ ଅଟନ୍ତି ।
ଉ : ସରପଞ୍ଚ ଗ୍ରାମ ପଞ୍ଚାୟତର ମୁଖ୍ୟ ଅଟନ୍ତି |
(ଖ) ମହାନଗରନିଗମ ଲୋକସଂଖ୍ୟା ଏକ ଲକ୍ଷରୁ ଅଧିକ ।
ଉ : ମହାନଗରନିଗମ ଲୋକସଂଖ୍ୟା ଦଶ ଲକ୍ଷରୁ ଅଧିକ ।
(ଗ) ଗ୍ରାମପଞ୍ଚାୟତରେ ନିର୍ବାଚନ ଛଅ ବର୍ଷରେ ଥରେ ହୁଏ ।
ଉ : ଗ୍ରାମପଞ୍ଚାୟତରେ ନିର୍ବାଚନ ୫ ବର୍ଷରେ ଥରେ ହୁଏ ।
(ଘ) ନିଜ ଅଞ୍ଚଳର ପ୍ରତିନିଧୁଙ୍କୁ ନିର୍ବାଚନ ପ୍ରକ୍ରିୟାରେ ବାଛିବା ପାଇଁ ଜଣକର ବୟସ ୨୧ ବର୍ଷରୁ ଅଧିକ ହେବା ଆବଶ୍ୟକ ।
ଉ : ନିଜ ଅଞ୍ଚଳର ପ୍ରତିନିଧିଙ୍କୁ ନିର୍ବାଚନ ପ୍ରକ୍ରିୟାରେ ବାଛିବା ପାଇଁ ଜଣକର ବୟସ ୧୮ ବର୍ଷରୁ ଅଧିକ ହେବା ଆବଶ୍ୟକ ।
୯/ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(କ) ଗ୍ରାମପଞ୍ଚାୟତକୁ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା କୁହାଯାଏ, କାହିଁକି ?
ଉ: . ଗ୍ରାମପଞ୍ଚାୟତର ପ୍ରତିନିଧୁମାନେ ସ୍ଥାନୀୟ ଲୋକମାନଙ୍କ ଦ୍ବାରା ନିର୍ବାଚିତ ହୋଇଥାନ୍ତି ଓ ଉକ୍ତ ସଂସ୍ଥା ସ୍ଥାନୀୟ ଅଞ୍ଚଳର ଉନ୍ନତି ପାଇଁ କାର୍ଯ୍ୟ କରିଥାଏ । ସ୍ଥାନୀୟ ଲୋକେ ନିଜର ଶାସନ ଦାୟିତ୍ବ ନିଜେ ତୁଲାଉଥିବାରୁ ଏହାକୁ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା କୁହାଯାଏ ।
(ଖ) ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌରପରିଷଦ ମଧ୍ଯରେ ପାର୍ଥକ୍ୟ କ’ଣ ?
ଉ: ଦଶ ହଜାରରୁ ଅଧିକ ଲୋକ ବାସ କରୁଥିବା ସହରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ବା ଏନ୍.ଏ.ସି. କାର୍ଯ୍ୟ କରିଥାଏ । ସେହିପରି ସହରାଞ୍ଚଳର ଉନ୍ନତି ପାଇଁ ପୌର ସଂସ୍ଥା ଓ ପୌର ପରିଷଦ ରହିଥାଏ । ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍.ଏ.ସି), ନଗର ପାଳିକା (ମ୍ୟୁନିସିପାଲିଟି) ଓ ମହାନଗର ନିଗମ (କର୍ପୋରେସନ୍) ପ୍ରଭୃତି ଗୋଟିଏ ଗୋଟିଏ ପୌରସଂସ୍ଥା ବା ପୌରପରିଷଦ ଅଟନ୍ତି |
(ଗ) ଏନ୍.ଏ.ସି. ଓ ମ୍ୟୁନିସିପାଲିଟି ମଧ୍ୟରେ ପାର୍ଥକ୍ୟ କ’ଣ ?
ଉ : ଦଶ ହଜାରରୁ ଅଧିକ ଲୋକ ବାସ କରୁଥିବା ସହରରେ ଏନ୍.ଏ.ସି ଗଠିତ ହୋଇଥାଏ; କିନ୍ତୁ ୧ ଲକ୍ଷ ବା ତହିଁରୁ ଅଧିକ ଲୋକ ବାସ କରୁଥିବା ସହରରେ ମ୍ୟୁନିସିପାଲିଟି ଗଠିତ ହୋଇଥାଏ ।
(ଘ) ଜିଲ୍ଲାପରିଷଦ କିପରି ଗଠିତ ହୋଇଥାଏ ?
ଉ : ରାଜ୍ୟର ପ୍ରତି ଜିଲ୍ଲାରେ ଗୋଟିଏ ଜିଲ୍ଲା ପରିଷଦ ରହିବାର ବ୍ୟବସ୍ଥା ଅଛି । ପ୍ରତି ଜିଲ୍ଲାକୁ କେତେଗୁଡ଼ିଏ ଜିଲ୍ଲାପରିଷଦ ଅଞ୍ଚଳରେ ବିଭକ୍ତ କରାଯାଇଅଛି । ପ୍ରତି ଅଞ୍ଚଳରୁ ଜଣେ ଜଣେ ସଭ୍ୟ ନିର୍ବାଚିତ ହୁଅନ୍ତି । ସେହିସବୁ ସଭ୍ୟମାନେ ସେମାନଙ୍କ ମଧ୍ୟରୁ ଜିଲ୍ଲାପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ନିର୍ବାଚିତ କରିଥା’ନ୍ତି ।
Post a Comment
0 Comments
All Educational E Books Coming Soon...Follow Our Page