Rajbooks.in class 4 paribesh chapter 5 question answer | ଆଟ୍‌ଲାସ୍ ଓ ମାନଚିତ୍ରର ବ୍ୟବହାର | atlas o manachitrara byabahara | Atlas O Manachitra ra byabahara Prashna Utar | Atlas O Manachitrara Byabahara Questions Answers | Class 4 Odia Medium Parobesh | Rajbooks.in 


Atlas O Manachitrara Byabahara Questions Answers | Rajbooks.in

Atlas O Manachitrara Byabahara Questions Answers  


ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନବଳୀର ଉତ୍ତର


୧ ମାନଚିତ୍ରରୁ କ’ଣ ସବୁ ଜାଣିହୁଏ ତା’ର ତାଲିକା କର ।

ଉ : ଜଳଭାଗ , ଉଚ୍ଚଭୂମି , ସମତଳ ଭୂମି , ମହାସାଗର , ରାଜ୍ୟର ସୀମାରେଖା , ଜିଲ୍ଲାର ସାମାରେଖା , ସଡ଼କପଥ , ଖଣି , ରେଳପଥ , ଜଙ୍ଗଲ , ଜଳପଥ , ପାହାଡ଼ .


2. ଖାତାରେ ଓଡ଼ିଶା ଓ ଭାରତ ମାନଚିତ୍ର ଅଙ୍କନ କରି ଦିଗ ନିର୍ଣ୍ଣୟ କର ଓ ଏହାର ଚାରିପଟେ କ’ଣ କ’ଣ ରହିଛି ଲେଖ ଓ ରଙ୍ଗ ଦିଅ ।

ଉ : ପିଲାମାନେ ନିଜେ ଖାତାରେ ମାନଚିତ୍ର ଅଙ୍କନ କରିବେ ଓ ରଙ୍ଗ ଦେବେ ।


୩ । ମାନଚିତ୍ରର ଭାଷା କହିଲେ କ’ଣ ବୁଝ ? 

ଉ : ବହି ପଢ଼ିବାକୁ ହେଲେ ବହିର ଭାଷା ଜାଣିବା ଦରକାର ହୋଇଥାଏ । ସେହିପରି ମାନଚିତ୍ରରେ ତଥ୍ୟ ପ୍ରକାଶ କରିବା ନିମନ୍ତେ ବିଭିନ୍ନ ସଙ୍କେତ ବା ଚିହ୍ନ ଓ ରଙ୍ଗ ଦିଆଯାଇଥାଏ ଏବଂ ଏହି ଚିହ୍ନ ବା ରଙ୍ଗ କାହିଁକି ଦିଆଯାଇଛି ତାହା ମାନଚିତ୍ର କଡ଼ରେ ଦିଆଯାଇଥାଏ । ଏହାକୁ ମାନଚିତ୍ରର ଭାଷା କୁହାଯାଏ ।


୪ । କାହିଁକି ମାନଚିତ୍ର ଅଧ୍ୟୟନ କରାଯାଇଥାଏ ?

 ଉ : ମାନଚିତ୍ର ଅଧ୍ୟୟନ ଦ୍ଵାରା ଆମେ ପୃଥ‌ିବୀର ବିଭିନ୍ନ ସ୍ଥାନ ବିଶେଷ ଭାବରେ ସୂଚନା ପାଇଥାଉ । ମାନଚିତ୍ର ଅଧ୍ୟୟନ ସ୍ଥାନର ମୃତ୍ତିକା, ଅବସ୍ଥିତି, ଜଳବାୟୁ, ଭୂମିରୂପ, ସ୍ଥାନର ଚାରିପଟେ କ’ଣ କ’ଣ ରହିଛି, ସ୍ଥାନଟିର ବିଶେଷତ୍ଵ । ସ୍ଥାନଟିକୁ ଯିବା ନିମନ୍ତେ ଗମନାଗମନ ପଥ ଇତ୍ୟାଦି ବିଭିନ୍ନ ବିଷୟରେ ସୂଚନା ଦିଆଯାଇଥାଏ ।


୫। ଏଠାରେ ଦିଆଯାଇଥିବା ଭୂମିରୂପ ପାଇଁ କେଉଁ ରଙ୍ଗ ଦିଆଯିବ ତଳ କୋଠରିରେ ସେହି ରଙ୍ଗ ଦିଅ ।


ଉଚ୍ଚ ଭୂମି - ମାଟିଆ ରଙ୍ଗ

ସମତଳଭୂମି - ସବୁଜ ରଙ୍ଗ

ଜଳଭାଗ ନୀଳ ରଙ୍ଗ