Prachina Kalaru Bartaman Parjyanta Manisara Pragati Question Answer | Rajbooks.in
Rajbooks.in prachina kalaru bartaman parjyanta manisara pragati Prashan Uttar | class 4 paribesh chapter 6 question answer | prachina kalaru bartaman parjyanta Question Answer | Prachina Kalaru Bartaman Parjyanta Manisara Pragati Q And A | class 4 paribesh chapter 6 odia medium | class 4 paribesh chapter 6 question answer prachina kalaru bartaman parjyanta ପ୍ରାଚୀନ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ମଣିଷର ପ୍ରଗତି .
Prachina Kalaru Bartaman Parjyanta Manisara Pragati Question Answer
( ପାଠ୍ୟପୁସ୍ତକସୁ ଅଭ୍ୟାସ ପ୍ରଶ୍ନବଳୀର ଉତ୍ତର )
୧। ବାକ୍ସ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
ସିନ୍ଧୁ, କାଠ ଲଙ୍ଗଳ, କୁକୁର, ହିଂସ୍ରଜନ୍ତୁ, କାଠଗଣ୍ଡି
(କ) ଆଦିମ ମଣିଷର ......ପ୍ରଧାନ ଶତ୍ରୁ ଥିଲେ ।
(ଖ) ଆଦିମ ମଣିଷ — କାଟି ଚକ ତିଆରି କରୁଥିଲା
(ଗ) ମହେଞ୍ଜୋଦାରୋ ସଭ୍ୟତା -..ନଦୀ କୂଳରେ ଥିଲା ।
(ଘ) ଆମ ଦେଶର ଅଧିକାଂଶ ଚାଷୀ ହଳ କରିବା ନିମନ୍ତେ — ବ୍ୟବହାର କରନ୍ତି ।
(ଙ) ବନ୍ୟଜନ୍ତୁଙ୍କ ମଧ୍ୟରେ......... ପ୍ରଥମେ ମଣିଷର ବୋଲ ମାନିଥିଲା ।
ଉତ୍ତର: (କ) ହିଂସ୍ରଜନ୍ତୁ (ଖ) କାଠଗଣ୍ଡି (ଗ) ସିନ୍ଧୁ (ଘ) କାଠ ଲଙ୍ଗଳ (ଙ) କୁକୁର
2। କୃଷି କ୍ଷେତ୍ରରେ ବ୍ୟବହୃତ ହୋଇ ଆସୁଥିବା ପ୍ରାଚୀନ ଉପକରଣ ଓ ଆଧୁନିକ ଉପକରଣର ଏକ ତାଲିକା ପ୍ରସ୍ତୁତ କର ।
ପ୍ରଶ୍ନ ସହ ଉତ୍ତର :
ପ୍ରାଚୀନ ଉପକରଣ
କାଠ ଲଙ୍ଗଳ
ମଇ
ଦାଆ
କୋଡ଼ି
ତେଣ୍ଡା
ଆଧୁନିକ ଉପକରଣ
କଳ ଲଙ୍ଗଳ
ମାଟି ସମତଳ କରିବା ଯନ୍ତ୍ର
ଧାନ କାଟିବା ଯନ୍ତ୍ର
ଧାନ ଅମଳ କରିବା ଯନ୍ତ୍ର
ପମ୍ପସେଟ୍
୪। ଯାନବାହନ ଥିବା ହେତୁ କି କି ସୁବିଧା ହେଉଛି ଲେଖ ।
ଉ : (i) ଯାନବାହନ ଥୁବା ହେତୁ ପରିବହନ ଓ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହୋଇପାରିଛି ।
(ii) ଆମେ ଯାନବାହନ ଦ୍ବାରା ଦେଶ ଭିତରେ ଓ ବାହାରେ ଅତି ସହଜରେ ଓ ଅଳ୍ପ ସମୟ ମଧ୍ୟରେ ଯିବା ଆସିବା କରିପାରୁଛୁ
(iii) ବିଭିନ୍ନ ପ୍ରକାର ଜିନିଷ ବିଶେଷ କରି ଓଜନିଆ ଜିନିଷ ମଧ୍ୟ ଆମେ ଯାନବାହନ ଯୋଗୁ ପଠାଇପାରୁଛୁ ଓ ଆଣିପାରୁଛୁ ।
(iv) ଯାନବାହନ ଯୋଗୁଁ ଖବର କାଗଜ ଓ ଚିଠିପତ୍ର ଆସୁଥିବାରୁ ଆମେ ଦେଶ ବିଦେଶର ଖବର ମଧ୍ୟ ଜାଣିପାରୁଛୁ ।
(v) ଦୂରସ୍ଥାନରେ ରହୁଥିବା ଲୋକଙ୍କ ମଧ୍ୟରେ ଯୋଗାଯୋଗ କରିପାରୁଛୁ ।
୫। ତଳେ ପ୍ରତ୍ୟେକ ପ୍ରଶ୍ନର ତିନୋଟି ସମ୍ଭାବ୍ୟ ଉତ୍ତର ଦିଆଯାଇଛି । ସେଥିରୁ ଯେଉଁ ଉତ୍ତରଟି ଠିକ୍ ତାର ଡାହାଣ କଢ଼ରେ ଥିବା କୋଠରୀରେ Right ଚିହ୍ନ ଦିଅ ।
ପ୍ରଶ୍ନ ସହ ଉତ୍ତର :
(କ) ପ୍ରାଚୀନ କାଳର ମଣିଷ କାହିଁକି କଞ୍ଚାମାଂସ ଖାଉଥିଲା ?
(୧) କଞ୍ଚାମାଂସ ତା’ର ଅତିପ୍ରିୟ ଖାଦ୍ୟ ଥିଲା ।
(୨) କଞ୍ଚାମାଂସକୁ କିପରି ସିଝା ଯାଏ ସେ ଜାଣି ନ ଥିଲା । ( RIGHT)
(୩) କଞ୍ଚାମାଂସରୁ ସେ ଅଧିକ ରକ୍ତ ପାଉଥିଲା ।
(ଖ) ଆଦିମ ମଣିଷ ନଦୀକୂଳରେ ବସବାସ କରିବାକୁ କାହିଁକି ପସନ୍ଦ କରୁଥିଲା ?
(୧) ନଦୀକୁ ସେ ଦେବଦେବୀଙ୍କ ଭଳି ପୂଜା କରୁଥିଲା ।
(୨) ନଦୀ ପାଣି ସେ ପାନୀୟ ଜଳ ରୂପେ ବ୍ୟବହାର କରୁଥିଲା ।
(୩) ନଦୀକୂଳର ମାଟି ଚାଷପାଇଁ ଉପଯୋଗୀ ଥିଲା । ( RIGHT)
(ଗ) କେଉଁ କାରଣରୁ କୁକୁର ବଣ୍ୟଜନ୍ତୁଙ୍କ ମଧ୍ୟରେ ଆଦିମ ମଣିଷର ଅତିପ୍ରିୟ ଥିଲା ?
(୧) କୁକୁର ସହଜରେ ମଣିଷର ବୋଲ ମାନୁଥିଲା । ( RIGHT)
(୨) କୁକୁର ବନ୍ୟପ୍ରାଣୀ ମାରି ମଣିଷକୁ କଞ୍ଚାମାଂସ ଯୋଗାଉଥିଲା ।
(୩) କୁକୁର ପାଇଁ ମଣିଷ ରାତିରେ ଶାନ୍ତିରେ ଶୋଇ ପାରୁଥିଲା ।
(ଘ) କେଉଁ କାରଣରୁ ମଣିଷ କୃଷି କ୍ଷେତ୍ରରେ ରାସାୟନିକ ସାର ପ୍ରୟୋଗ କରୁଥିଲା ?
(୧) ରାସାୟନିକ ସାରର ପ୍ରୟୋଗ ହେତୁ ଅଧିକ ଫସଲ ଅମଳ ହେଲା । ( RIGHT)
(୨) ରାସାୟନିକ ସାର ଜୀବାଣୁ ଓ ପୋକ ମାରିବାରେ ସାହାଯ୍ୟ କରୁଥିଲା |
(୩) ରାସାୟନିକ ସାର ଥରେ ଦେଲେ ଆଉ ଜଳସେଚନର ଆବଶ୍ୟକତା ନ ଥିଲା ।
ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର ।
ନିମ୍ନଲିଖତ ପ୍ରଶ୍ନଗୁଡ଼ିକୁ ଚାରୋଟି କିମ୍ବା ପାଞ୍ଚୋଟି ବାକ୍ୟରେ ଲେଖ ।
(କ) ଆଦିମ ମଣିଷର ଜୀବନଯାପନ ପ୍ରଣାଳୀ କିପରି ଥିଲା ଲେଖ ।
(i) ଆଦିମ ମଣିଷ ଗୁମ୍ଫାରେ ରହୁଥିଲା ।
(ii) ଜଙ୍ଗଲରୁ ଫଳମୂଳ ଆଣି ଓ ପଶୁପକ୍ଷୀଙ୍କୁ ଶିକାର କରି କଞ୍ଚାମାଂସ ଖାଉଥିଲା ।
(iii) ହିଂସ୍ରଜନ୍ତୁମାନଙ୍କ ଆକ୍ରମଣରୁ ନିଜକୁ ରକ୍ଷା କରିବା ନିମନ୍ତେ ଗଛରେ ଚଢ଼ି ଲୁଚି ରହୁଥିଲା ।
(iv) ସେ ଗଛର ବଡ଼ ବଡ଼ ପତ୍ର ପିନ୍ଧୁଥିଲା । କେତେକ ମଧ୍ଯ ଗଛର ବଳ୍କଳ ପିନ୍ଧି ଲଜ୍ଜା ନିବାରଣ କରୁଥିଲେ ।
v) ପଥରରୁ ବିଭିନ୍ନ ହାତ ହତିଆର ତିଆରି କରି ଶତ୍ରୁ ଦାଉରୁ ନିଜକୁ ରକ୍ଷା କରୁଥିଲା ଓ ଏହା ଦ୍ବାରା ଶିକାର ମଧ୍ୟ କରୁଥିଲା ।
ଖ) ଆଜିର ମଣିଷର ଜୀବନ ଯାପନ ପ୍ରଣାଳୀ କିପରି ସରସ, ସୁନ୍ଦର ଓ ସୁଖମୟ ହୋଇଛି ଲେଖ ।
ଉ :(i) ଆଜିର ମଣିଷ ନିଜର ବୁଦ୍ଧି ଖଟାଇ ସୁନ୍ଦର ବାସସ୍ଥାନମାନ ନିର୍ମାଣ କରି ସେଥିରେ ରହୁଛି ।
(ii) ସାଇକେଲ, ମଟରସାଇକେଲ, ରେଳଗାଡ଼ି ଆଦିର ସାହାଯ୍ୟ ନେଇ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ଯାତାୟାତ କରିପାରୁଛି ।
(ii) ରୋଗର ଚିକିତ୍ସା ନିମନ୍ତେ ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟ ଖୋଲାଯାଇଛି ।
(iv) ସମ୍ବାଦପତ୍ର, ରେଡିଓ, ଟେଲିଭିଜନ, ଇଣ୍ଟରନେଟ୍ ମାଧ୍ୟମରେ ଦେଶ ବିଦେଶର ଖବର ଅତି ସହଜରେ ଓ ଅଳ୍ପ ସମୟ ମଧ୍ୟରେ ପାଇପାରୁଅଛି ।
(v) ଏହା ବ୍ୟତୀତ ଟେଲିଫୋନ ଓ ମୋବାଇଲଦ୍ବାରା ମଣିଷ ଦେଶ ବିଦେଶରେ ଥିବା ତା’ର ପରିଚିତ ବନ୍ଧୁ ଓ ସଂପର୍କୀୟମାନଙ୍କ ସହିତ କଥାବାର୍ତ୍ତା କରିପାରୁଛି ।
2। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବା ଦୁଇଟି ବାକ୍ୟରେ ଲେଖ ।
(କ) ଆଦିମ ମଣିଷ ପଥରରେ କି କି ପ୍ରକାର ଅସ୍ତ୍ରଶସ୍ତ୍ର ତିଆରି କରୁଥିଲା ?
ଉ:(i) ପଥରକୁ ପଥରରେ ଘଷି ମୁନିଆଁ ଓ ଧାରୁଆ ପଥର ଖଣ୍ଡ ତିଆରି କରି ତାହାକୁ ବାଡ଼ର ଅଗରେ ଲଗାଇ ବର୍ଚ୍ଛାଭଳି ହତିଆର ତିଆରି କରୁଥିଲା ।
(ii) ପଥରରୁ ଶାବଳ, କୁରାଢ଼ି, ଛୁରୀ ପ୍ରଭୃତି ହତିଆର ତିଆରି କରି ନିଜ କାମରେ ଲଗାଉଥିଲା ।
(ଖ) ଆଦିମ ମଣିଷ ନଦୀ କୂଳ ଅଞ୍ଚଳ ଦେଖୁ କାହିଁକି ବାସ କରୁଥିଲା ?
ଉ :(i) ନଦୀ କୂଳରେ ସହଜରେ ପାଣି ମିଳୁଥିଲା ।
(ii) ନଦୀ କୂଳର ମାଟି ଭର୍ବର ଥିଲା । ତେଣୁ ଆଦିମ ମଣିଷ ଚାଷକାମ କରିବା ନିମନ୍ତେ ନଦୀକୂଳ ଅଞ୍ଚଳ ଦେଖୁ ବସବାସ କଲା ।
(ଗ) ଆଦିମ ମଣିଷ କାଠ ପାଣିରେ ଭାସୁଥିବାର ଦେଖୁ କ’ଣ କଲା ?
ଉ :
(i) ଆଦିମ ମଣିଷ କାଠ ପାଣିରେ ଭାସୁଥିବା ଦେଖୁ ବଡ଼ ବଡ଼ କାଠଗଣ୍ଡି ସାହାଯ୍ୟରେ ନଦୀର ଗୋଟିଏ ପଟରୁ ଅନ୍ୟପଟକୁ ଅତି ସହଜରେ ଯିବା ଆସିବା କଲା ।
(ii) ପରେ କାଠରୁ ନୌକା ତିଆରି କଲା । ଏହି ନୌକା ତାକୁ ଜଳପଥରେ ଯିବା ଆସିବା ପାଇଁ ସାହାଯ୍ୟ କଲା ।
(ଘ) ଆଦିମ ମଣିଷ କାଠଗଣ୍ଡିକୁ ଆଉ କି କି କାମରେ ଲଗାଇଲା ।
ଉ :(i) କାଠଗଣ୍ଡିକୁ କାଟି ଚକ ତିଆରି କଲା । ଚକର କେନ୍ଦ୍ରରେ କଣା କଲା ।
(i) ଚକମାନଙ୍କୁ କାଠର ଅଖ ସାହାଯ୍ୟରେ ଯୋଡ଼ି କାଠଗାଡ଼ିମାନ ତିଆରି କଲା । ଫଳରେ ତା’ର ଜିନିଷପତ୍ର ନେବା ଆଣିବାରେ ସୁବିଧା ହୋଇଗଲା ।
() ଆଦିମ ମଣିଷ କେଉଁ କେଉଁ ପ୍ରାଣୀଙ୍କୁ ଘରେ ପାଳିଲା ?
ଉ :(i) ଆଦିମ ମଣିଷ ନିଜର ଦକ୍ଷତା ଓ ବୁଦ୍ଧି ବଳରେ ବନ୍ୟଜନ୍ତୁଙ୍କ ଉପରେ ପ୍ରଭାବ ବିସ୍ତାର କରି କୁକୁରକୁ ବୋଲ ମନେଇଲା ଓ ସେ ବିଭିନ୍ନ କାମରେ ମଣିଷକୁ ସାହାଯ୍ୟ କଲା ।
(ii) ଗାଈ, ବଳଦ, ମଇଁଷି ଆଦି ପ୍ରାଣୀଙ୍କୁ ଘରେ ପାଳିଲା ଓ ସେମାନଙ୍କଠାରୁ ବିଭିନ୍ନ ସୁବିଧା ସୁଯୋଗ ନେଲା ।
Post a Comment
0 Comments
All Educational E Books Coming Soon...Follow Our Page