Sarata Sandhya ( ଶରତ ସନ୍ଧ୍ୟା ) - Rajbooks.in
Sarata Sandhya ( ଶରତ ସନ୍ଧ୍ୟା ) Sarat Sandhya Rachana | Sarat Sandhya Essay In Odia .
ଶରତ ସନ୍ଧ୍ୟା
ଉପକ୍ରମ
ବର୍ଷାଋତୁ ପରେ ଶରତଋତୁ ଆସେ। ଏହି ଋତ୍ରୁଟି ନାନା ଶୋଭାରେ ଶୋଭାମୟ । ଏହି ଋତୁରେ ସନ୍ଧ୍ୟା ସମୟଟି ସବୁଠାରୁ ବଳି ଆନନ୍ଦମୟ।
ଶରତ ସନ୍ଧ୍ୟାରେ ପଲ୍ଲୀ ଭୂମିର ଦୃଶ୍ୟ
ଶରତଋତୁର ସନ୍ଧ୍ୟା ସମୟରେ ଅସଂଖ୍ୟ ଜହ୍ନିଫୁଲ ଫୁଟେ। ହଳଦିଆ ରଙ୍ଗର ଛୋଟ ଛୋଟ ଜହ୍ନିଫୁଲଗୁଡ଼ିକ ଦେଖିବାକୁ ମନୋହର। ଗାଁ ଗହଳରୁ ପିଲାମାନେ ଏହି ଫୁଲଗୁଡ଼ିକ ସଂଗ୍ରହକରି ଜହ୍ନିଓଷା ପାଇଁ ନିଅନ୍ତି। ଏହା ଲକ୍ଷ୍ୟକରି କବି ମଦୁସୂଦନ ରାଓ ଲେଖିଛନ୍ତି—
“ପ୍ରଦୋଷ ଫୁଟଇ ଜହ୍ନିଫୁଲ ଘରେ ଘରେ,
ବାଳକେ ତୋଳନ୍ତି ତାହା ମହାଆନନ୍ଦରେ।’’
ଝିଅମାନେ ଜହ୍ନିଓଷା ପାଳନ କରନ୍ତି। ସନ୍ଧ୍ୟାବେଳେ ଜହ୍ନିଫୁଲ ଆଞ୍ଜୁଳାଏ। ଚାଳ ଉପରକୁ ଫୋପାଡ଼ିଦେଇ କହନ୍ତି–
‘‘ଜହ୍ନିଫୁଲ ଠୋ’-ଠା’; କାକୁଡ଼ିଫୁଲ ଠୋ'-ଠା’ ଗୁଣ୍ଡୁଚିମୂଷା କହିଯାଇଛି ଚାଉଳ ଗଣ୍ଡିଏ ରଖିଥା।””
ଗାଁଗହଳରେ ଝିଅମାନଙ୍କର ଏହି ଓଷା- ପାଳନ ବିଧ୍ ଦେଖିଲେ ହୃଦୟ ଆନନ୍ଦରେ ନାଚିଉଠେ ।
ସନ୍ଧ୍ୟାବେଳେ ଆକାଶରେ ଜହ୍ନ ଉଠେ। ଜହ୍ନ-ଆଲୁଅରେ ଶରତ ସନ୍ଧ୍ୟା ହସିଉଠେ। ପଲ୍ଲୀଭୂମିରେ ଫୁଟିଥିବା କାଶତଣ୍ଡି, ଅପରାଜିତା, ବଧୁଲି ଓ ଅଗସ୍ତି ଫୁଲ ଜହ୍ନ-ଆଲୁଅରେ ଉତ୍କଳ ଦେଖାଯା'ନ୍ତି। ଅସଂଖ୍ୟ ଜହ୍ନିଫୁଲ ଫୁଟି ଚାରିଆଡ଼େ ସେମାନଙ୍କ ସୁଗନ୍ଧ ବିଛାଡ଼ିଦିଅନ୍ତି। ପୁଷ୍କରିଣୀର ନିର୍ମଳ ଜଳରେ ପଦ୍ମଫୁଲ ମୁଦ୍ରିତ ହୁଏ ; କିନ୍ତୁ ଚନ୍ଦ୍ରକିରଣ ପାଇଁ କଇଁଫୁଲଗୁଡ଼ିକ ପ୍ରସ୍ଫୁଟିତ ହୁଅନ୍ତି।
ଶଗଜନ୍ଦ୍ର ଶରତ ସନ୍ଧ୍ୟାରେ ଚନ୍ଦ୍ର ସବୁଠାରୁ ବଳି ଶୋଭାମୟ। ଶରତ-ଚନ୍ଦ୍ରଙ୍କର ଜ୍ୟୋତ୍ସ୍ନାରେ ଆକାଶ ଓ ପୃଥିବୀ ମଧୁମୟ ହୋଇଉଠେ।
ବାସ୍ତବିକ ସୁମନୋହର ଶରଚ୍ଛନ୍ଦ୍ର ଶୋଭାଜଗତର ରାଜା କାମଦେବଙ୍କର ମଜାଦର୍ପଣ ପରି ସୁନ୍ଦର ; ତେଣୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଲେଖିଛନ୍ତି— “ ନିର୍ମଳ ଚନ୍ଦ୍ରମଣ୍ଡଳ ଶରଦେ ବିରାଜି,
ଦିଶେ ଯଥା ଦର୍ପକ-ଦର୍ପଣେ ଥିଲେ ମାଜି।””
ଚତୁର୍ଦ୍ଦିଗରେ ଶରତ-ଚନ୍ଦ୍ରଙ୍କର ପ୍ରଭାବ ଅବଲୋକନ କରି କବି ମଧୁସୂଦନ
ରାଓ ଲେଖିଛନ୍ତି—
‘ରଜନୀରେ ନୀଳାକାଶେ ଚନ୍ଦ୍ରମା-ଉଜ୍ଜ୍ଵଳ, ବିରାଜଇ ଦଶ ଦଶ କରିଣ ଧବଳ।’’
ଶରତ ଆକାଶରେ ଅସଂଖ୍ୟ ତାରକା ଶରଚ୍ଚନ୍ଦ୍ରଙ୍କୁ ଫୁଲହାର ପରି ବେଢ଼ି ରହିଥାନ୍ତି। ଏହା ଦର୍ଶନକରି ମଧୁସୂଦନ ରାଓ ଲେଖିଛନ୍ତି
‘‘ଉଜ୍ଜ୍ବଳ ନକ୍ଷତ୍ରମାଳା ଚନ୍ଦ୍ର ସଙ୍ଗତିରେ
ଶୋଭନ୍ତି ପ୍ରଫୁଲ୍ଲ ପୁଷ୍ପ ପରାୟେ ଅମ୍ଳରେ।’
ଆକାଶବକ୍ଷରେ ଧଳା ଧଳା ବଉଦମାନ ଭାସିଯାଉଥା’ନ୍ତି। ସେହି ବଉଦଗୁଡ଼ିକ ସହ ଶରଚ୍ଚନ୍ଦ୍ର ଖେଳକୌତୁକ ଲଗାଇଥା’ନ୍ତି। ସନ୍ଧ୍ୟା ଆଗମରେ ପୁଷ୍କରିଣୀ ଗୁଡ଼ିକରେ ଘୁମନ୍ତ ପଦ୍ମଫୁଲଗୁଡ଼ିକ ନୟନ ମୁଦ୍ରିତ କରିଥା’ନ୍ତି; କିନ୍ତୁ କୁମୁଦବନ୍ଧୁ ଚନ୍ଦ୍ରଙ୍କର ଉଦୟନରେ କଇଁଫୁଲଗୁଡ଼ିକ ବିକଶିତ ନୟନରେ ଶରଚ୍ଚନ୍ଦ୍ରଙ୍କୁ ଅନାଇ ରହନ୍ତି। ପବନ ବହିଲେ କଇଁଫୁଲଗୁଡ଼ିକ ମୁଣ୍ଡ ହଲାଇ ନାଚିଲାପରି ଦେଖାଯା’ନ୍ତି। ଏହିପରି ଗୋଟିଏ କଇଁଫୁଲକୁ ଲକ୍ଷ୍ୟକରି ଜଣେ କବି ଲେଖିଛନ୍ତି—
‘ପୋଖରୀ ମଝିରେ ଫୁଟି କଇଁଫୁଲ ଦିଶଇ କେଡ଼େ ସୁନ୍ଦର,
ପବନ ବହିଲେ
ମଥା ହଲାଇ ସେ
ନାଚେ ଖେଳେ ନିରନ୍ତର।”
ଶରତ ସନ୍ଧ୍ୟାରେ ଧାନବିଲଗୁଡ଼ିକର ଶାଗୁଆ ଧାନଗଛମାନ-ଚକ୍କ୍ କରେ। ଗାଁଗହଳରେ ଛଣ ଛପର ଚାଳଗୁଡ଼ିକରେ କିଏ ରୁପେଲି ରଙ୍ଗ ବୋଳିଦେଲାପରି ଦେଖାଯାଏ ।
ବାଳକ-ବାଳିକା ଛୋଟ ଛୋଟ ପିଲାମାନେ ଶରତଋତୁର ଜହ୍ନରାତିରେ ବଡ଼ ଆନନ୍ଦ ଅନୁଭବ କରନ୍ତି। ସେମାନେ ବୁଢ଼ୀମା’ଙ୍କୁ ବେଢ଼ି ବସି କାହାଣୀ ଶୁଣିବାରେ ଲାଗିଯାଆନ୍ତି। କୁଆଁରୀ ଝିଅମାନେ ଶରତର ନିର୍ମଳ ଚନ୍ଦ୍ରମଣ୍ଡଳ ଦେଖି ବିମୋହିତ ହୁଅନ୍ତି ; ତେଣୁ ଶରତ ସନ୍ଧ୍ୟାରେ ସେମାନଙ୍କୁ ଦେଖି ମଧୁସୂଦନ ରାଓ ବର୍ଣ୍ଣନା କରିଛନ୍ତି—
‘‘ରଜନୀ ରେ କୁମାରୀଏ ମହାଆନନ୍ଦରେ ମଣ୍ଡିଣ ସୁନୀଳ କେଶ ଶୁଭ୍ର କୁସୁମରେ। ତାରାବିମଣ୍ଡିତ ନୀଳ ଗଗନକୁ ଚାହିଁ, ହରନ୍ତି ମାନସ ନାନା ରଙ୍ଗେ ଗୀତ ଗାଇ।’’
ଶେଷ କଥା
ଶରତଋତୁର ସନ୍ଧ୍ୟା ସମୟ ବାସ୍ତବିକ ମନୋରମ ଏବଂ ମଧୁମୟ। ଭାରତ ଓ ଅନ୍ୟାନ୍ୟ ଦେଶରେ ବଡ଼ ବଡ଼ କବିମାନେ ଶରତର ସନ୍ଧ୍ୟା-ସୌନ୍ଦର୍ଯ୍ୟକୁ ପ୍ରଶଂସାକରି ଦୀର୍ଘ କବିତାମାନ ଲେଖିଯାଉଛନ୍ତି ; ତେଣୁ ଶାରଦୀୟ ସନ୍ଧ୍ୟା ଆମ୍ଭମାନଙ୍କ ପ୍ରତି ଈଶ୍ବରଙ୍କର ମହତ୍ ଦାନ।
Post a Comment
0 Comments
All Educational E Books Coming Soon...Follow Our Page