Class 4 Paribesh Chapter 7 Question Answer | Rajbooks.in
Rajbooks.in Class 4 Ame O Ama Paribesa Chapter 7 Question Answer | 4th Class Odia Medium paribesh question answer | class 4 paribesh chapter 7 All question answer | ଆମ ଜାତୀୟ ଏକତା ଓ ଆମେ | class 4 paribeso chapter 7 amo Sanskriti question answer | Class 4 ame o amo paribeso All subjects Question answer class 4 paribesh chapter 7 question answer | amo jatiya ekata o ame.
ଆମ ଜାତୀୟ ଏକତା ଓ ଆମେ | | Ama jatiya ekata o ame
୩ । ନିମ୍ନଲିଖତ ବାକ୍ୟ ମଧ୍ୟରୁ ଯେଉଁଟି ଠିକ୍, ତଳ କୋଠରୀରେ ଭାଁ ଦିଅ ।
ପ୍ରଶ୍ନ ସହ ଉତ୍ତର :
(କ) ଆମ ସମସ୍ତଙ୍କର ପୋଷାକ ଏକାଭଳି ।
(ଖ) ଦେଶ ଉନ୍ନତିର ମୂଳମନ୍ତ୍ର ହେଉଛି ଜାତୀୟ ଏକତା । ( RIGHT)
(ଗ) ଆମେ ବିଭିନ୍ନତା ମଧ୍ଯରେ ଏକତା ରକ୍ଷାକରୁ । ( RIGHT)
(ଘ) ମିଳିମିଶି କାମ କଲେ କମ୍ କାମ ହେବ ।
୪ । ଗୋଟିଏ ବା ଦୁଇଟି ବାକ୍ୟରେ ନିମ୍ନଲିଖ ପ୍ରଶ୍ନର ଉତ୍ତର ଦିଅ ।
(କ) ‘ଜାତୀୟ ଏକତା’ର ଅର୍ଥ କ’ଣ ?
ଉ : ଚାଲିଚଳନ, ଭାଷା, ଧର୍ମ, ଖାଦ୍ୟ, ପୋଷାକ ଓ ବେଶଭୂଷା ଭିନ୍ନ ଭିନ୍ନ ହେଲେ ମଧ୍ୟ ଆମେ ସମସ୍ତେ ମିଳିମିଶି ଚଳୁ, ସମସ୍ତକ ସୁଖ ଦୁଃଖରେ ଭାଗ ନେଉ, ପର୍ବ ପର୍ବାଣିକୁ ଏକାଠି ପାଳୁ । ଅନ୍ୟର ବିପଦବେଳେ ସାହାଯ୍ୟ କରୁ । ଆମେ ନିଜକୁ ଗୋଟିଏ ମାଆର ପୁଅ ଝିଅ ବୋଲି ମନେକରୁ । ଏତେ ଭିନ୍ନତା ଥାଇ ମଧ୍ୟ ଆମେ ସମସ୍ତେ ଦେଶ ଓ ବିଦେଶରେ ଆମକୁ ଭାରତୀୟ ବୋଲି ପରିଚୟ ଦେଉ । ଏହାହିଁ ହେଉଛି ଆମର ଜାତୀୟ ଏକତା ।
(ଖ) ମିଳିମିଶି କାମ ନ କଲେ ଦେଶର କି କ୍ଷତି ହେବ ?
ଉ : ମିଳିମିଶି ନ ଚଳିଲେ ଆମ ଭିତରେ କଳିକଜିଆ ଲାଗିବ, ଗଣ୍ଡଗୋଳ ସୃଷ୍ଟି ହେବ; ଫଳରେ ବାହାରର ଶତ୍ରୁମାନେ ଦେଶକୁ ଆକ୍ରମଣ କରିବାକୁ ସୁଯୋଗ ପାଇବେ । ଆକ୍ରମଣର ମୁକାବିଲା ପାଇଁ ସରକାରଙ୍କର ଅର୍ଥ, ସମୟ ବ୍ୟୟ ହେବ । ଫଳରେ ଦେଶର ପ୍ରଗତିରେ ବାଧା ସୃଷ୍ଟି ହେବ ।
(ଗ) ଦେଶର ଉନ୍ନତି ପାଇଁ କ’ଣ କରିବା ଦରକାର ?
ଉ : ଦେଶର ଉନ୍ନତି ପାଇଁ ଆମକୁ ଶିକ୍ଷା, କୃଷି, ଶିଳ୍ପ, ସ୍ଵାସ୍ଥ୍ୟ ଆଦି କ୍ଷେତ୍ରରେ ଉନ୍ନତି କରିବାକୁ ପଡ଼ିବ । ସଭିଏଁ ସୁଖରେ ରହି ନିରାମୟ ଜୀବନ ବିତାଇଲେ ଦେଶର ଉନ୍ନତି ହେବ ।
ଆମ ଦେଶର ସମ୍ବଳ, ପରିବେଶ ଓ ଅଧିବାସୀଙ୍କ ଜୀବନ ଧାରାରେ ବିବିଧତା ଓ ନିର୍ଭରଶୀଳତା
ପାଠ୍ୟପୁସ୍ତକ ଅଭ୍ୟାସ ପ୍ରଶ୍ନବଳୀର ଉତ୍ତର
ତଳେ ଦିଆଯାଇଥିବା ସାରଣୀରେ ରାଜ୍ୟମାନଙ୍କର ମୁଖ୍ୟ ଫସଲ ଲେଖ ।
ରାଜ୍ୟ
ମୁଖ୍ୟ ଫସଲ
ପଞ୍ଜାବ - ଗହମ
ଆନ୍ଧ୍ର ପ୍ରଦେଶ - କଦଳୀ
ଆସାମ - ଚାହା
ଓଡ଼ିଶା - ଧାନ
। ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଦିଅ ।
(କ) ଆମ ରାଜ୍ୟ ଅନ୍ୟ ରାଜ୍ୟକୁ କି କି ସମ୍ବଳ ଯୋଗାଏ ?
ଉ : ଆମ ରାଜ୍ୟ ଅନ୍ୟ ରାଜ୍ୟକୁ କୋଇଲା, ଲୁହାପଥର, କାଠ, ଆଲୁମିନିୟମ, ବିଦ୍ୟୁତ ଶକ୍ତି ଆଦି ସମ୍ବଳ ଯୋଗାଇଥାଏ ।
(ଖ) ଆମ ରାଜ୍ୟରେ କମ୍ ଉତ୍ପାଦିତ ଖାଦ୍ୟ ଶସ୍ୟର ଭରଣା କିପରି ହୁଏ ?
ଉ : ଆମ ରାଜ୍ୟରେ କମ୍ ଉତ୍ପାଦିତ ଖାଦ୍ୟଶସ୍ୟର ଭରଣା କରିବା ପାଇଁ ସେହି ଖାଦ୍ୟଶସ୍ୟ ଅଧିକ ଉତ୍ପନ୍ନ ହେଉଥିବା ରାଜ୍ୟରୁ ଆମଦାନି କରାଯାଇ ଥାଏ । ଉଦାହରଣ ସ୍ଵରୂପ - ଗହମ ଆମେ ପଞ୍ଜାବରୁ ଆଣିଥାଉ । ଅଙ୍ଗୁର, ସେଓ ଓ କମଳା ପାଇଁ କାଶ୍ମୀର, ଆଳୁ ପଶ୍ଚିମ ବଙ୍ଗରୁ ଓ କଦଳୀ ଆନ୍ଧ୍ର ପ୍ରଦେଶରୁ ଆଣିଥାଉ ।
୩ । ତୁମେ ନିମ୍ନଲିଖତ ଦର୍ଶନୀୟ ସ୍ଥାନ ଦେଖିବାକୁ କେଉଁଠାକୁ ଯିବ, ତୀର ଦ୍ବାରା ଦର୍ଶାଅ ।
ପ୍ରାକୃତିକ ଦୃଶ୍ୟ - ଜାମ୍ମୁ ଓ କାଶ୍ମୀର
ଉଷ୍ଣପ୍ରସ୍ରବଣ - ଅଟ୍ରି
ତାପଜ ବିଦ୍ୟୁତ୍ କେନ୍ଦ୍ର - ତାଳଚେର
ଆଲୁମିନିୟମ୍ କାରଖାନା - ଅନୁଗୋଳ
ଜଳପ୍ରପାତ - ଘାଗରା
ଆମ ସଂସ୍କୃତି || Ama Sanskruti
ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ବାବଳୀର ଉତ୍ତର
୧ । ଆସ ଖାଲି ଘର ପୂରଣ କରିବା ।
ରାଜ୍ୟର ନାମ
ନୃତ୍ୟର ନାମ
ଉ : ରାଜ୍ୟର ନାମ
ଆନ୍ଧ୍ରପ୍ରଦେଶ - କୁଚିପୁଡ଼ି
ଗୁଜରାଟ - ଗରବା
ତାମିଲନାଡ଼ୁ - ଭାରତନାଟ୍ୟମ୍
ମଣିପୁର - ମଣିପୁରୀ
ଓଡ଼ିଶା - ଛଉନୃତ୍ଯ
ରାଜସ୍ଥାନ - ଘୁମରା
ଉତ୍ତରପ୍ରଦେଶ - କଥକ
ପଞ୍ଜାବ - ଭାଙ୍ଗଡ଼ା
ଓଡ଼ିଶା - ଓଡ଼ିଶୀ
୨ । ନିମ୍ନଲିଖୂତ ପ୍ରାଚୀନ କୀର୍ତ୍ତିଗୁଡ଼ିକ ପାଖରେ ସ୍ନାନର ନାମ ଲେଖ ।
ଉ :
ଯେପରି : ଜଗନ୍ନାଥ ମନ୍ଦିର - ପୁରୀ
(କ) ଏଲୋରା ଗୁମ୍ଫା - ମହାରାଷ୍ଟ୍ର
(ଖ) କୁତବ୍ ମିନାର - ଦିଲ୍ଲୀ
(ଗ) ତାଜମହଲ - ତାଜମହଲ
(ଘ) ବୌଦ୍ଧ ବିହାର - ରତ୍ନଗିରି
(ଙ) ଅଶୋକ ସ୍ତମ୍ଭ - ଉତ୍ତର ପ୍ରଦେଶ
(ଚ) ମୀନାକ୍ଷୀ ମନ୍ଦିର - ମଦୁରାଈ
୩। ‘କ’ ସ୍ତମ୍ଭରେ କେତେକ ପର୍ବର ନାମ ଓ ‘ଖ’ ସ୍ତମ୍ଭରେ ସେହି ପର୍ବ ସଂପର୍କିତ ରାଜ୍ୟଗୁଡ଼ିକର ନାମ ଦିଆଯାଇଛି । ଆସ ଠିକ ପର୍ବ ସହ ସଂପର୍କିତ ରାଜ୍ୟକୁ ଗାରଟାଣି ଯୋଡ଼ିବା ।
‘କ’ ସ୍ତମ୍ଭ
ଯେପରି :
ବୈଶାଖୀ, - ପଞ୍ଜାବ
ପୋଙ୍ଗଲ -ତାମିଲନାଡୁ, ଆନ୍ଧ୍ର
ବିହୁ - ଆସାମ
ଦୁର୍ଗାପୂଜା - ପଶ୍ଚିମ ବଙ୍ଗ
ରଥଯାତ୍ରା - ଓଡ଼ିଶା
୪ ଆମ ଜାତୀୟ ସଂସ୍କୃତିକୁ ସମୃଦ୍ଧ କରୁଥିବା ଉପାଦାନଗୁଡ଼ିକର ନାମ ତଳ ଚିତ୍ରରେ ଲେଖ ।
ଉ :
ଜାତୀୟ ସଂସ୍କୃତିକୁ ସମୃଦ୍ଧ କରୁଥିବା ଉପାଦାନ
ନିର୍ମାଣ କଳା
ନୃତ୍ୟକଳା
ସଙ୍ଗୀତ
ଚିତ୍ରକଳା
ସାହିତ୍ୟ
ପର୍ବପର୍ବାଣି
ଆମ ଜାତୀୟ ସଂକେତ | Ama Jatiya Sanketa
(ଗ) ଅଶୋକ ଚକ୍ର ଆମକୁ କେଉଁ ବାର୍ତ୍ତା ଦିଏ ?
(ଘ) କିଏ ଜାତୀୟ ସଙ୍ଗୀତ ରଚନା କରିଥିଲେ ?
(ଙ) ଜାତୀୟ ପତାକାର ଦୈର୍ଘ୍ୟ ପ୍ରସ୍ଥର କେତେ ଗୁଣ ?
(ଚ)ଆମ ଜାତୀୟ ଫୁଲର ନାମ କ’ଣ ?
ଉ : (କ) ସତ୍ୟର ଜୟ ହେଉ (ଖ) ୫୨ ସେକେଣ୍ଡ (ଗ) ନ୍ୟାୟ, ଧର୍ମ, ପ୍ରଗତି (ଘ) ରବୀନ୍ଦ୍ରନାଥ ଠାକୁର (ଙ) ଦେଢ଼ଗୁଣ (ଚ) ପଦ୍ମ
ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଦିଅ ।
(କ) କେଉଁମାନଙ୍କ ଗାଡ଼ିରେ ଜାତୀୟ ପତାକା ଲାଗିଥାଏ ?
ଢ : ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟପାଳ, ରାଷ୍ଟ୍ରଦୂତ, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀଙ୍କ ଗାଡ଼ିରେ ଜାତୀୟ ପତାକା ଉଡ଼ାଯାଇଥାଏ ।
(ଖ) ଜାତୀୟ ସଂଗୀତ ଗାଇବା ସମୟରେ ଆମ ମନରେ କି ଭାବ ଆସେ ?
ଉ : ଜାତୀୟ ସଙ୍ଗୀତ ଗାଇଲେ ଆମ ଭିତରେ ଏକତା ଓ ସଦ୍ଭାବ ଆସେ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ - ଏହି ଧାରଣା ଆମ ମନରେ ଦୃଢ଼ୀଭୂତ ହୁଏ ।
(ଗ) କେଉଁ ସମୟରେ ଜାତୀୟ ପତାକାକୁ ଅର୍ଶନମିତ କରି ଉଡ଼ାଯାଏ ?
ଉ : ଜାତୀୟ ପତାକାକୁ କେବଳ ଶୋକ ଦିବସ ପାଳନ ଅବସରରେ ଅର୍ଦ୍ଧନମିତ କରି ଉଡ଼ାଯାଏ ।
QA ପରୀକ୍ଷା ଉପଯୋଗୀ ଅତି
ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।
୧ । ଆମ ଦେଶର ଏକତା କିପରି ପ୍ରତିଷ୍ଠା ହୁଏ ?
ଉ : ଆମ ଦେଶରେ ଏକତା ଜାତୀୟ ସଂହତି ମାଧ୍ୟମରେ ପ୍ରତିଷ୍ଠା ହୁଏ । ବିଭିନ୍ନ ରାଜ୍ୟ ମଧ୍ୟରେ ଗମନାଗମନ, ସାଂସ୍କୃତିକ ଆଦାନପ୍ରଦାନ, ଖେଳ, ଟେଲିଭିଜନ୍ ପ୍ରସାରଣ ଆଦିଦ୍ୱାରା ମଧ୍ୟ ଏକତା ପ୍ରତିଷ୍ଠା ହୁଏ ।
୨ । ଆମେ କାହାଦ୍ଵାରା ଏକଜୁଟ ହୋଇ ଇଂରେଜମାନଙ୍କ ବିରୋଧରେ ଲଢ଼ିଲୁ ?
ଉ : ଆମେ ମହାତ୍ମାଗାନ୍ଧିଙ୍କ ଦ୍ଵାରା ଏକଜୁଟ ହୋଇ ଇଂରେଜମାନଙ୍କ ବିରୋଧରେ ଲଢ଼ିଲୁ ।
୩ । ଜାତୀୟ ଏକତା କହିଲେ କ’ଣ ବୁଝ ?
ଉ : ଆମେ ବିଭିନ୍ନ ଭାଷାର, ବିଭିନ୍ନ ଧର୍ମର, ବିଭିନ୍ନ ରୁଚିର, ବିଭିନ୍ନ ପ୍ରଦେଶର ହୋଇ ମଧ୍ୟ ଆମେ ଦେଶବିଦେଶରେ ଆମକୁ ଭାରତୀୟ ବୋଲି ପରିଚୟ ଦେଉ – ଏହାହିଁ ଜାତୀୟ ଏକତା ।
୪ । ଆମ ରାଷ୍ଟ୍ରଭାଷାର ନାମ ଲେଖ ?
ଉ : ହିନ୍ଦୀ ଆମର ରାଷ୍ଟ୍ରଭାଷା ।
5. ଇଂରେଜମାନେ କ’ଣ ପାଇଁ ଆମପାଖରେ ହାର୍ ମାନିଲେ ?
ଉ : ଇଂରେଜମାନେ ଆମ ଶକ୍ତି, ସାହସ ଓ ଏକତା ନିକଟରେ ହାର୍ ମାନିଲେ ।
୬ । ଆମେ କେଉଁଥପାଇଁ ଭାରତୀୟ ବୋଲି ଗର୍ବ କରୁ ?
ଉ : ଆମେ ଆମର ଜାତୀୟ ଏକତା ପାଇଁ ଭାରତୀୟ ବୋଲି ଗର୍ବ କରୁ ।
୭ । ଭାରତର ବିଭିନ୍ନ ସ୍ଥାନରେ କି କି ପ୍ରକାର ଫସଲ ଚାଷ କରାଯାଇଥାଏ ?
ଉ : ଭାରତର ପଶ୍ଚିମବଙ୍ଗରେ ପ୍ରଚୁର ଧାନ, ଆଖୁ ଓ ଝୋଟ ଚାଷ କରାଯାଏ । ପଞ୍ଜାବ, ହରିଆନା ଓ ଗୁଜୁରାଟରେ ପ୍ରଚୁର ଗହମ ଚାଷ କରାଯାଏ । ମହାରାଷ୍ଟ୍ରରେ କପାଚାଷ କରାଯାଏ । ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଧାନ ଚାଷ କରାଯାଏ ।
୮ । ଭାରତରେ କେଉଁ କେଉଁ ଖଣିଜ ପଦାର୍ଥ ମିଳେ ?
ଉ : ଭାରତରେ ପ୍ରଚୁର ଲୁହାପଥର, ମାଙ୍ଗାନିଜ, କ୍ରୋମିଅମ୍ ଅଭ୍ର, ଚୂନପଥର, ବକ୍ସାଇଟ୍ ଆଦି ଖଣିଜ ପଦାର୍ଥ ମିଳିଥାଏ ।
୯ । କାମଧନ୍ଦା ପାଇଁ ଓଡ଼ିଶାର ଲୋକମାନେ କେଉଁଠାକୁ ଯାଇଥାନ୍ତି ?
ଉ : କାମଧନ୍ଦାପାଇଁ ଓଡ଼ିଶାର ଲୋକମାନେ ଅନ୍ୟ ରାଜ୍ୟର ସହରାଞ୍ଚଳ ବିଶେଷତଃ ପଶ୍ଚିମବଙ୍ଗର କୋଲକତା, ଆନ୍ଧ୍ରପ୍ରଦେଶର ବିଜୟୱାଡା, ତାମିଲନାଡୁର ଚେନ୍ନାଇ ଆଦିକୁ ଯାଇଥାଆନ୍ତି ।
୧୦ । ଜୀବନକୁ ଆନନ୍ଦ ଓ ସୁଖମୟ କରିବାକୁ କ’ଣ ଆବଶ୍ୟକ ହୋଇଥାଏ ?
ଉ : ଜୀବନକୁ ଆନନ୍ଦ ଓ ସୁଖମୟ କରିବାକୁ ଖାଦ୍ୟ, ବସ୍ତ୍ର, ମୁଁ ନି କି ବାସଗୃହକୁ ଛାଡ଼ି ସଙ୍ଗୀତ, ଖେଳ, ଭ୍ରମଣ, ଅଧ୍ୟୟନ ଓ ପୂଜାପାର୍ବଣ ଆବଶ୍ୟକ ହୋଇଥାଏ ।
୧୧ । ଭାରତର ଚିତ୍ରକଳା ବିଷୟରେ ବୁଝାଇ ଲେଖ ।
ଉ : ପୁରାକାଳରେ ମନୁଷ୍ୟ ତାଳପତ୍ର ପୋଥ, ପାତ୍ର ଓ ମନ୍ଦିରର କାନ୍ଥରେ ବହୁ ଚିତ୍ର ଆଙ୍କୁଥିଲା । ଏବେ ମଧ୍ୟ ସ୍ତ୍ରୀଲୋକମାନଙ୍କର ଶାଢ଼ିରେ ନାନା ଚିତ୍ର ଅଙ୍କାଯାଉଛି । ଅଜନ୍ତା ଗୁମ୍ଫାରେ ବିଶ୍ବପ୍ରସିଦ୍ଧ ଚିତ୍ରମାନ ରହିଛି । ଓଡ଼ିଶାର ଗାଁ ଗହଳିରେ ସ୍ତ୍ରୀଲୋକମାନେ ଝୋଟି ଓ ମୁରୁଜଦ୍ବାରା ସୁନ୍ଦର ଚିତ୍ର ଆଙ୍କିଥା’ନ୍ତି । ଏ ସମସ୍ତକୁ ଚିତ୍ରକଳା କୁହାଯାଏ I ଆଜିକାଲି ଚିତ୍ରକଳା ଶିଖାଇବାପାଇଁ ସହରମାନଙ୍କରେ ଅନେକ ସ୍କୁଲ, କଲେଜ ପ୍ରତିଷ୍ଠା ହେଲାଣି ।
୧୨ । ଓଡ଼ିଆ ସାହିତ୍ୟ କିପରି ସମୃଦ୍ଧ ହୋଇଛି ?
ଉ : ଓଡ଼ିଶାର ଆଦିକବି ସାରଳାଦାସଙ୍କ ରଚିତ ମହାଭାରତ, ଜଗନ୍ନାଥ ଦାସଙ୍କ ରଚିତ ଭାଗବତ, ସନ୍ଥକବି ଭୀମଭୋଇବ | ରଚିତ ଶୂନ୍ୟପୁରାଣ, ଗଙ୍ଗାଧର ମେହେର, ରାଧାନାଥ ରାୟ, ରବୀନ୍ଦ୍ରନାଥ ଠାକୁର, ଭକ୍ତକବି ମଧୁସୂଦନ ରାଓ, କଥାକାର ବ୍ୟାସକବି ଫକୀରମୋହନ ସେନାପତି, କାହ୍ନୁଚରଣ, କବି ବୈଷ୍ଣବ ପାଣି, କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜ, ଆଧୁନିକ କବି ମାୟାଧର ମାନସିଂହ, ସଚ୍ଚି ରାଉତରାୟ ଓ ରମାକାନ୍ତ ରଥଙ୍କର ଅମୂଲ୍ୟ ସାହିତ୍ୟ କୃତି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିପାରିଛି ।
୧୩ । ଆମ ଦେଶର ନୃତ୍ୟ ବିଷୟରେ ବୁଝାଇ ଲେଖ ।
ଢ: ଆମ ଦେଶର ବିଭିନ୍ନ ଅଞ୍ଚଳରେ ନାନାପ୍ରକାର ନୃତ୍ୟ ଓ ସଙ୍ଗୀତ ଦେଖାଯାଏ । ଓଡ଼ିଶାର ଓଡ଼ିଶୀ, ଛଉନୃତ୍ୟ, ଚମ୍ପୂ ଓ ଗୋଟିପୁଅ ନୃତ୍ୟ ବିଶ୍ବପ୍ରସିଦ୍ଧ ଅଟେ । ସେହିପରି କେରଳର କଥାକଳି ନାଚ, ଉତ୍ତରପ୍ରଦେଶର ରାସ ଓ କଥକ ନାଚ, ଆସାମର ବିହୁ, ରାଜସ୍ଥାନର ଘୁମରା, ଗୁଜୁରାଟର ଗରବା, ପଞ୍ଜାବର ଭାଙ୍ଗଡ଼ା ନାଚ, ମଣିପୁରର ମଣିପୁରୀ ନୃତ୍ୟ ଓ ମଧ୍ୟପ୍ରଦେଶର ମଢ଼େଇନାଚ ଅତି ଜନପ୍ରିୟ ଓ ଆନନ୍ଦଦାୟକ ।
Post a Comment
0 Comments
All Educational E Books Coming Soon...Follow Our Page